ଜାତୀୟ ସେବା ଯୋଜନା ଦ୍ୱାରା ମେରୀମାଟି ମେରା ଦେଶ ପାଳିତ

ଫୁଲବାଣୀ : କନ୍ଧମାଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅଧ୍ୟକ୍ଷ ଡଃ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ଭାବେ ଟି. ଶିବ ଶଙ୍କର ପାତ୍ର, ହାବିଲଦାର ମୁକ୍ତି କାନ୍ତ ମହାନ୍ତି ଏବଂ ସୁବେଦାର ମେଜର ବସନ୍ତ କୁମାର ସାହୁ ଯୋଗଦେଇ ଥିବା ବେଳେ ଜାତୀୟ ସେବା ଯୋଜନାର ମୁଖ୍ୟ ବିପିନ l
କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସହିଦ ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ l ସେହିପରି ଶ୍ରୀ ମହାନ୍ତି ସୈନ୍ୟ ବିଭାଗରେ ଥିବା ବେଳେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ l ସୁବେଦାର ଶ୍ରୀ ସାହୁ ମଧ୍ଯ ନିଜର ଅନୁଭୂତି ଏବଂ ତାଙ୍କ ନିଜ ପୁଅ ଦେଶ ପାଇଁ କିପରି ସହିଦ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ l ଏଥି ସହିତ ବରିଷ୍ଠ ଅଧ୍ୟାପକ ମୁରଲୀ ଧର ସେଠୀ ଉପସ୍ଥିତ ରହି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଦେଶ ମାତୃକାର କଥା କହି ଉତ୍ସାହିତ କରିଥିଲେ l ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମସ୍ତ୍ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ମାତୃକାର ସେବା କରିବା ସହ ଦେଶର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଆଗେଇ ଆସିବା ପାଇଁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏବଂ ତିନି ଜଣ ପୂର୍ବତନ ଯବାନଙ୍କୁ ସମ୍ମାନିତ କରାଯାଇଥିଲା l ବିପିନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା l ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ରେଡକ୍ରସ କେଡେଟ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.