ଫିରିଙ୍ଗିଆରେ ଗତ କୋଡିଏ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ମିଳିତ ନାଗରିକ କମିଟି ପ୍ରତିନିଧିଙ୍କ ଆଲୋଚନା…

ଫୁଲବାଣୀ : ଚଳିତ ମାସ ଅଗଷ୍ଟ ୫ତାରିଖରେ ଫିରିଙ୍ଗିଆ ଠାରେ ଘଟି ଯାଇଥିବା ଥାନାପୋଡି, ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣା ଅତୀବ ନିନ୍ଦନୀୟ।ଏ ପ୍ରକାର ଘଟଣା ଭିଆଇ ଥିବା ବ୍ୟକ୍ତି ମାନଙ୍କୁ ସାଧାରଣ ଜନତା ନିନ୍ଦାବାଦ କରିଛନ୍ତି କିନ୍ତୁ ପରବର୍ତ୍ତି ସମୟରେ ପୋଲିସ ମଧ୍ୟ ଯେଉଁ ଅମାନବୀୟ ମୁକାବିଲା ମୂଳକ କାର୍ଯ୍ୟ ପ୍ରକାଶ୍ୟରେ କଲେ ତାହା ପୋଲିସ ବିଭାଗ ପ୍ରତି ନିଶ୍ଚିତ ନିନ୍ଦନୀୟ। ଆଇନକୁ ସୁରକ୍ଷା ଦେଉଥିବା ପୋଲିସ ପ୍ରତିହିଂସା ପରାୟଣ ହୋଇ ପାଣି ପିଆଇ ସଂଗଠିତ ଭାବେ ଜନତାଙ୍କୁ ମାଡଦେବା ଘଟଣା ଭାଇରାଲ ହେବା ବୁଦ୍ଧିଜୀବିମାନେ ନିନ୍ଦା କରିଛନ୍ତି।ଫିରିଙ୍ଗିଆ ଅଞ୍ଚଳରେ ସାଧାରଣ ଲୋକେ ପୋଲିସ ପ୍ରତି ଆସ୍ଥା ହରାଇବା ଭଳି ମନେହୁଏ।କନ୍ଧମାଳ ବିଭିନ୍ନ କାରଣରୁ ଏକ ସମ୍ବେଦନଶୀଳ ଜିଲ୍ଲା ।କନ୍ଧମାଳରେ କିଛି ବର୍ଷ ପରେ ଏହି ପରି ବଡ ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ଏହି ଘଟଣାକୁ ନେଇ ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡ଼ିଛି ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଛନ୍ତି।ଘଟଣାର ପଛରେ କେଉଁମାନେ ଅଛନ୍ତି ସେମାନଙ୍କୁ ନଧରିବାରୁ କେତେକ ସରଳ ନୀରିହ ଲୋକ ଦଣ୍ଡିତ ହେଉଛନ୍ତି ବୋଲି ଆଲୋଚନା ହୋଇଛି।
ବିଶେଷ କରି କନ୍ଧମାଳ ଜିଲ୍ଲାରେ ବେଆଇନ ଗଞେଇ ଚାଷକୁ ଆଇନ ସମ୍ମତ କରାଯାଉ ନୋଚେତ ସଂମ୍ପୂର୍ଣ୍ଣ ବନ୍ଦ ପାଇଁ ସୁଚିନ୍ତିତ ପଦକ୍ଷେପ ନିଆଯାଉ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି।ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବନ୍ଦ କରିବାକୁ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ନିୟମିତ କରାଯାଉ।ନାଗରିକ କମିଟି ଦ୍ୱାରା ସାମାଜିକ ସମୀକ୍ଷା କରି ସ୍ଥିତି ଅନୁଧ୍ୟାନ ପୂର୍ବକ ଦୃଢ଼ ପଦକ୍ଷେପ ନିଆଯାଉ।ଏହି ଅଵସରରେ ମିଳିତ ନାଗରିକ କମିଟି ର ଆବାହକ ଅଶୋକ ପରିଡାଙ୍କ ସହ ସଭାପତି ଡ ଅରୂପ ଜେନା,ନବୀନ କିଶୋର ପଣ୍ଡା ନାରାୟଣ ସାହୁ,ପ୍ରମୋଦ ସାହୁ ମଧୁସୂଦନ ସାହୁ ପ୍ରଣବ ମଣ୍ଡଳ ପ୍ରମୁଖ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ନିରପେକ୍ଷତା ଅବଲମ୍ବନ କରି ଆଇନତଃ ଉଭୟ ପକ୍ଷର ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ଶାନ୍ତିପୂର୍ଣ୍ଣ ପରିସମାପ୍ତି ନିମନ୍ତେ ଆରକ୍ଷୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।ପୋଲିସ ଜନ ସାଧାରଣ ଆସ୍ଥା ଭାଜନ ହେବାକୁ ନିୟମିତ ବ୍ୟବଧାନରେ ଆମ ପୋଲିସ ବୈଠକ ମାଧ୍ୟମରେ ପ୍ରତି ଥାନାରେ ଆଲୋଚନା ପାଇଁ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.