ହୋମଗାର୍ଡ ସଂଘ ପକ୍ଷରୁ ସ୍ଵଛଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ଥାନା ପରିସରରେ ଏବଂ ମା ପାଟଖଣ୍ଡା ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ହୋମଗାର୍ଡ ସଂଘର ପରାମର୍ଶଦାତା ତଥା ଏମ୍ ପି ପ୍ରତିନିଧି ଜଳନ୍ଧର ବେହେରା,ମାନବାଧିକାର ମିଶନର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ , ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ବିରାଜ କୁମାର ପ୍ରଧାନଙ୍କ ପ୍ରମୁଖ ଉପସ୍ଥିତ ଥିଲେ l ପରେ ପରେ ଦାରିଙ୍ଗବାଡ଼ି ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଜଳନ୍ଧର ବେହେରାଙ୍କ ତତ୍ତ୍ଵାବଧନାରେ ବୈଠକର ଆୟୋଜନ କରାଯାଇଥିଲା l ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ହୋମଗାର୍ଡ ସଂଘ, ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ ମାନବାଧିକାର ମିସନ କର୍ମକର୍ତ୍ତାଙ୍କୁ ନେଇ ୨୦୨୨, ମସିହାରେ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ଯେଉଁ କେସ୍ ଫାଇଲ୍ କରାଯାଇଥିଲା ଉକ୍ତ କେସ ମୁତାବକ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୈନିକ,ଟ,୫୩୩, ଟଙ୍କା ହିସାବରେ ମାସିକ ଦରମା ଦେଇଛନ୍ତି । କିନ୍ତୁ ଦୁଃଖର ବିଷୟ ଏହିକି ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହାଙ୍କ ଖଣ୍ଡ ପୀଠରେ ମାନବାଧିକାର ମିସନ ସୁପ୍ରିମକୋର୍ଟ ଆଇନଜୀବି ଶେଖର ଶ୍ରୀବାସ୍ତବଙ୍କ ସହଯୋଗ ରେ ଯେଉଁ ଜର୍ଜମେଣ୍ଟ ଅଡର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା ଉକ୍ତ ଜର୍ଜମେଣ୍ଟ ଅନୁସାରେ ଓଡ଼ିଶାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ରାଜ୍ୟ ସରକାର ଦରମା ପ୍ରଦାନ କରିବାରେ ବିଳମ୍ବ କରିଥିଲେ । ଏହି ସମସ୍ୟା ର ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା l ଏଥି ସହିତ ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା,ଡିଏ, ଏବଂ ୨୦୧୮ , ମସିହାରୁ ଏରିୟର ଦେବା ପାଇଁ ଆଲୋଚନା ହୋଇଥିଲା l

ରକ୍ତଦାନ ଶିବିର ଅସହାୟ ପରିବାର ବର୍ଗଙ୍କୁ ସହାୟତା ଏପରି କି ବିଭିନ୍ନ କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ଥାନା ହୋମଗାର୍ଡ ସଂଘର ପରାମର୍ଶଦାତା ସାମ୍ବାଦିକ ବରୁଣ କୁମାର ସିଂ. ବରିଷ୍ଟ ସାମ୍ବାଦିକ ପ୍ରେମଚାନ୍ଦ ସିଂ , ସାମ୍ବାଦିକ ରାଜୀବ ମୁଠାମାଝୀ ବନ୍ଧୁ ମାନଙ୍କ ଆଲୋଚନା କ୍ରମେ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ଥାନାର ହୋମଗାର୍ଡ ସଂଘ ସଭାପତି, ରତ୍ନାକର ନାୟକ, ଉପସଭାପତି, ସତ୍ୟଜିତ ମଲ୍ଲିକ, ସମ୍ପାଦକ,ବୁଲୁ ସାହୁ,ସହ ସମ୍ପାଦକ, ଗୌରୀଶଙ୍କର ସାହୁ, କୋଷାଧ୍ୟକ୍ଷ, ବିନୋଦ କୁନାର ନାୟକ, ଉପକୋଷାଧ୍ୟକ୍ଷ,ସୁଧାସ୍ମୁ ନାୟକ, ଉପକୋଷାଧ୍ୟକ୍ଷ, ଯୋଗେନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଦିପୁଦାସ ନାୟକ, ପରାମର୍ଶଦାତା, ରବିନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ସଂଘର ସମ୍ପାଦକ ସପନ କୁମାର ମିଶ୍ର ସଭା ସାଙ୍ଗ କରିଥିଲେ l

nis-ad
Leave A Reply

Your email address will not be published.