ଠିକାଦାରଙ୍କ ମନମାନୀରେ ଚାଲିଛି କି ତିର୍ତ୍ତୋଲ ଆର୍ଡ଼ି ବିଭାଗ : ଦୀର୍ଘଦିନ ହେଲା କେନାଲ ପୋଲକୁ ଭାଙ୍ଗି ମେଲାକରି ପକେଇଛି ଠିକାଦାର
ପିଚୁରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ : ଯାତାୟତରେ ହିନସ୍ଥା ହେଉଛନ୍ତି ଲୋକେ
ଜଗତସିଂହପୁର : ତିର୍ତ୍ତୋଲ ଆର୍.ଡି ବିଭାଗ ଅଧିନରେ ଚାଲୁଥିବା କେତେକ କାର୍ଯ୍ୟରେ ଏବେ ପ୍ରଭାବଶାଳୀ ମାଫିଆ ଠିକାଦାରଙ୍କ ମନମାନୀ ଚାଲିଥିବା ଭଳି ଘଟଣା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜନସାଧାରଣଙ୍କ ଯାତାୟତରେ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ଗାଁ ଗାଉଁଲି ରାସ୍ତାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାର ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟକରି ସିଂହଭାଗ ଅର୍ଥ ଚଳୁ କରିଦେବାକୁ ମଧ୍ୟ ପଛାଉ ନାହିଁ। ଏମିତିକି କେତେକ ମାଫିଆ ଠିକାଦାର କିଛି ଉଚ୍ଚପଦସ୍ଥ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ମୋଟା ଅଙ୍କର ଗୁଞ୍ଜାଦେଇ କରାୟତ କରିଥିବାରୁ ବ୍ଲକ୍ ଅଞ୍ଚଳରେ ଥିବା ଜୁନିୟର ଯନ୍ତ୍ରୀ ଓ ଏସ୍.ଡି.ଓ ମାନେ ଠିକାଦାରର ନିମ୍ନମାନର କାର୍ଯ୍ୟକୁ ଦେଖିଲେ ସୁଦ୍ଧା ତୁଣ୍ଡ ଖୋଲିବାକୁ ସାହାସ କରିପାରୁ ନାହାଁନ୍ତି ବୋଲି କୁହାଯାଉଥିବା ବେଳେ ବ୍ଲକ୍ ଅଞ୍ଚଳରେ ଚାଲିଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ଠିକାଦାର ମନମାନୀ ଚଳାଇଥିବା ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି କିଛି ଘଟଣା ଏବେ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଗୋବିନ୍ଦପୁର ଗାଁର ଶେଷ ମୁଣ୍ଡରୁ ୧୨ନମ୍ବର ଶାଖାକେନାଲ ବନ୍ଧର ପୂର୍ବପଟ କେନାଲ ବନ୍ଧକୁ ପିଚୁ କରିବା ନିମନ୍ତେ କୋଟି କୋଟି ଟଙ୍କାର ଏହି କାର୍ଯ୍ୟଟିକୁ ନେଇଥିବା ଠିକାଦାରର ମନମାନୀ ଏବେ ଆର୍.ଡି ବିଭାଗ ଯନ୍ତ୍ରୀ ମାନଙ୍କର ଅସଲ ମୁଖା ଖୋଲିଦେଇଛି। ଯାହାକି କୋଟି କୋଟି ଟଙ୍କାର ଏହି କାର୍ଯ୍ୟଟିକୁ ନେଇଥିବା ଠିକାଦାର ଗୋବିନ୍ଦପୁର ଗାଁ ଶେଷ ଠାରୁ ଗୁଣ୍ଠିଲୋ ପୋଲ ପର୍ଯ୍ୟନ୍ତ ୧୨ନମ୍ବର ପୂର୍ବପଟ କେନାଲବନ୍ଧ ରାସ୍ତାଟିକୁ ପିଚୁ କରାଯାଇଥିବା ବେଳେ ଏହି ପିଚୁରାସ୍ତା ମଝିରେ ଅନେକ ବିଦ୍ୟୁତ୍ ଖୁଣ୍ଟି ରହିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ମଝିରେ ଅନେକ ବିଦ୍ୟୁତ୍ ଖୁଣ୍ଟ ରହିଥିବା ବେଳେ ରାସ୍ତା ମଝିରୁ ବିଦ୍ୟୁତ୍ ଖୁଣ୍ଟ ଗୁଡିକୁ ନ ଉଠାଇ ଠିକାଦାର ପିଚୁ କଲା କିପରି ? ଏଥିରେ ତିର୍ତ୍ତୋଲ ଆର୍.ଡି ବିଭାଗ ଯନ୍ତ୍ରୀ ମାନଙ୍କର ଭୂମିକା କ’ଣ ଥିଲା ? ଏଭଳି ଘଟଣା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଛି। ଏମିତିକି ଉକ୍ତ ୧୨ନଂ କେନାଲବନ୍ଧ ରାସ୍ତା ଉପରେ ଥିବା ଗୁଣ୍ଠିଲୋ ପୋଲଟିକୁ ଭାଙ୍ଗିଦେଇ ଠିକାଦାର ଚମ୍ପଟ ମାରିବା ଭଳି ଘଟଣା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିବା ସହ ତିବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି। ପାଖାପାଖି ଦୀର୍ଘ ୬ମାସରୁ ଉର୍ଦ୍ଧ ସମୟ ହେଲାଣି ଏହି ପୋଲଟି ବିପଦସଂକୁଳ ଭାବେ ଭାଙ୍ଗି ମେଲାହୋଇ ପଡିଥିଲେ ମଧ୍ୟ ଠିକାଦାରର ଦେଖାଦର୍ଶନ ନାହିଁ କି ପୋଲ କାର୍ଯ୍ୟଟି ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇ ନଥିବାରୁ ବିଭାଗୀୟ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ରାସ୍ତା ମଝିରେ ବିପଦପୂର୍ଣ୍ଣ ଭାବେ ଏହି ପୋଲଟି ଭାଙ୍ଗି ମେଲାହୋଇ ପଡିଥିବାରୁ ଅନେକ ଲୋକ ଏଠାରେ ଦୁର୍ଘଟଣାର ଶୀକାର ହେବା ସହ ମୃତ୍ୟୁ ମୁଖରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା କଥା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏଥିସହିତ ଏବେ ଚାଷବାସ ସମୟ ଚାଲିଥିବା ବେଳେ ଏହି ରାସ୍ତାବାଟ ଦେଇ ଚାଷୀଙ୍କ ଜମି ହଳ ନିମନ୍ତେ ଟ୍ରାକ୍ଟରଟିଏ ମଧ୍ୟ ଯାତାୟତ କରିପାରୁ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବିଷୟରେ ତିର୍ତ୍ତୋଲ ଆର୍.ଡି ବିଭାଗ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଠିକାଦାର ଏହି ପୋଲଟିକୁ ଆଜି କରିବ କାଲି କରିବ ବୋଲି କହିଚାଲିବା ଭଳି ଘଟଣା ଯନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିର୍ତ୍ତୋଲ ଆର୍.ଡି ବିଭାଗ ଅଧିନରେ ଚାଲୁଥିବା କୋଟି କୋଟି ଟଙ୍କାର ଏହି କାର୍ଯ୍ୟରେ ଠିକାଦାରର ଏଭଳି ମନମାନୀ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ କୁହୁଳୁଥିବା ଜଣାପଡ଼ିଛି। କୁହାଯାଉଛି ଏହି ପ୍ରଭାବଶାଳୀ ଠିକାଦାରଙ୍କର କାଳେ ଉପର ମହଲରେ ସେଟିଂ ଥିବାରୁ ତାଙ୍କର ଏପରି କାର୍ଯ୍ୟକୁ ଦେଖି ମଧ୍ୟ ଯନ୍ତ୍ରୀ ମହାଶୟ ତୁଣ୍ଡ ଖୋଲିବାକୁ ସାହାସ କରିପାରୁ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି। ଠିକାଦାରର ଏଭଳି ମନମାନୀ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଜଣାପଡ଼ିଛି।