ଲକ୍ଷାଧିକ ଟଙ୍କା ଧରି ଭାରତ ଫାଇନାନ୍ସ ର ଦୁଇ କର୍ମଚାରୀ ଚମ୍ପଟ


ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼୍‌ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା। ସଂସ୍ଥାର ଶାଖା ପରିଚାଳକ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିକାବାଲି ପୁଲିସ କେଶ ନଂ. ୧୧୧/୨୩ ରେ ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି। ଅନ୍ୟପଟେ ଋଣଧାରୀମାନେ ଉକ୍ତ ଫାଇନାନ୍ସ ସଂସ୍ଥାକୁ ଆସି ରସିଦ ଦେଖାଇ ଋଣ ପରିଶୋଧ କରିଥିବା ନେଇ ଶାଖା ପରିଚାଳକଙ୍କୁ ଜଣାଇଛନ୍ତି।

nis-ad
Leave A Reply

Your email address will not be published.