କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜଗତସିଂହପୁର ଗସ୍ତ : ସରକାରଙ୍କ ବିଭିନ୍ନ ଯୋଜନାକୁ କଲେ ସମୀକ୍ଷା

ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ଗୁରୁତ୍ବ

ଜଗତସିଂହପୁର :- କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ବାର୍ଷିକ ନିରୀକ୍ଷଣ କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ପାରୁଲ୍ ପଟୱାରି ଉପସ୍ଥିତ ରହି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣ ଯୋଜନା ସ୍କିମ୍ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପରିଷଦ, ଯୋଜନା ଓ ପରିସଂଖ୍ୟାନ , ଜିଲ୍ଲା ସବ୍ ରେଜିଷ୍ଟ୍ରାର , ଆଞ୍ଚଳିକ ପରିବହନ ଓ ଅବକାରୀ କାର୍ଯ୍ୟାଳୟର ନିରୀକ୍ଷଣ କରି ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ଉପରେ ରାଜସ୍ୱ ଆୟୁକ୍ତ ଗୁରୁତ୍ୱାରୋପ କରିଥିଲେ।କୋର୍ଟ କେସ୍, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ଅଭିଯୋଗ ଓ ପେନସନ୍ କେସ୍ ଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସରକାରୀ ଜାଗାର ସୁରକ୍ଷା,ମ୍ୟୁଟେସନ୍ କେସ୍ ଗୁଡ଼ିକର ସମାଧାନ କରି ପଟ୍ଟା ପ୍ରଦାନ କରିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାକୃତିକ ଦୁର୍ବିପାକ,ସାପ କାମୁଡା , ଘଡଘଡି, ପାଣିରେ ବୁଡି ମରିବା ଓ ଅଂଶୁଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଡକାଇବା , ଜିଲ୍ଲା ରେକର୍ଡ଼ ରୁମ୍ ନିର୍ମାଣ, ସୂଚନା ଅଧିକାର ଅଧିନିୟମ , ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକାରିତା ,ମିଶନଶକ୍ତି ଭବନ, ମିଶନଶକ୍ତି କାଫେ ,ମମତା ଯୋଜନା,ପୋଷଣ ଅଭିଯାନ,ସ୍ୱଧାର ଗୃହ, ୱାନଷ୍ଟପ୍ ସେଣ୍ଟର, ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ,ଜରାଶ୍ରମ, ୱାର୍କିଂ ଓ ମେନସ୍ ହଷ୍ଟେଲ , ମଧୁବାବୁ ପେନସନ୍ ଯୋଜନା, ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ,ବାଣିଶ୍ରୀ ମେଧାବୃତ୍ତି, ବିବାହ ସହାୟତା,ବାଲ୍ୟ ବିବାହ ନିରାକରଣ,ପ୍ରି ଆଣ୍ଡ୍ ପୋଷ୍ଟ୍ ମାଟ୍ରିକ ସ୍କଲାରସିପ୍, ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ ପ୍ରଦାନ,ଧାନ ସଂଗ୍ରହ, ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଦଳଙ୍କୁ ଧାନ ସଂଗ୍ରହରେ ନିୟୋଜିତ କରିବା , ଶିଶୁ ଶ୍ରମିକ ନିରାକରଣ,ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶିର୍ବାଦ ଯୋଜନା, ବିଧାୟକ ଓ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ବିନିଯୋଗ,ମୋ ଘର, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା,ଓରମାସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସମୀକ୍ଷା ହୋଇଥିଲା। ଏହି ସମୀକ୍ଷା ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ , ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ , ଜିଲ୍ଲାପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଡା.ରୁଦ୍ରନାରାୟଣ ଦାଶ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀଙ୍କ ସମେତ ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.