ସ୍ଵସ୍ତିକ ଇସ୍ପାତ କାରଖାନାର ଫାଟକ ସମ୍ମୁଖରେ ଡ୍ରାଇଭର ମୃତ

କୁଆଁରମୁଣ୍ଡା : ଆଜି ଦିନ ୧୧ଟା ସମୟରେ ପଡୋଶୀ ରାଜ୍ୟ ଛତିଶଗଡର କୋଟ୍ କୋନା କୋଇଲା ଖଣିରୁ ଏକ ଟ୍ରେଲର ନଂ ସିଜି୧୩ଏଭି୨୪୮୩ କୋଇଲା ନେଇ କୁଆଁରମୁଣ୍ଡା ସ୍ଥିତ ସ୍ଵସ୍ତିକ ଇସ୍ପାତ କାରଖାନାରେ ପହଞ୍ଚିଥିଲା । ହଠାତ ଡ୍ରାଇଭର ଜୟ ପ୍ରକାଶ ଚୌଧୁରୀ( ୪୦)ପିତା-ଦେବ୍ ତା ପ୍ରସାଦ ଚୌଧୁରୀଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇ ଥିଲା, ପାଖ ଗାଡିରେ ଥିବା ସାଥି ଡ୍ରାଇଭରଙ୍କୁ ଯନ୍ତ୍ରଣା ବିଷୟରେ ଅବଗତ କରିଥିଲା । ସାଥିଡ୍ରାଇଭରମାନେ ହସ୍ପିଟାଲ ଯିବାପାଇଁ କହିବାରୁ ଯନ୍ତ୍ରଣା ଭୋଗୁଥିବା ଡ୍ରାଇଭର ଜଣକ ମନା କରିଦେଇ ଥିଲା । କିଛି ସମୟ ଅତିବାହିତ ହେଲାପରେ ଗାଡି କେବିନ ଭିତରେ ଅଚେତ ଅବସ୍ଥାରେ ପଡିଥିବାର ଦେଖି କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦିଆଯାଇ ଥିଲା ।
ଫାଣ୍ଡି ଅଧିକାରୀଙ୍କ ସମେତ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚି ଅଚେତ ହୋଇଥିବା ଡ୍ରାଇଭରଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷିତ କରିଦେଇ ଶବ ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଥିଲେ ।
ମୃତକ ଡ୍ରାଇଭର ଜଣକ ଉତ୍ତର ପ୍ରଦେଶ ସିଦ୍ଧାର୍ଥ ନଗର ଜିଲ୍ଲାର ହାଟିବା ଗ୍ରାମର ବୋଲି ପୋଲିସ ଜାଣିପାରିଲା ପରେ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

nis-ad
Leave A Reply

Your email address will not be published.