ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଶବ ମାଟି ତଳୁ ଉଦ୍ଧାର : ଯୋଜନା ବଦ୍ଧ ଭାବେ ହତ୍ୟା କରି ପୋତି ଥିବା ସନ୍ଦେହ…


ହିଞ୍ଜିଳିକାଟୁ, ୩୦।୭() ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲ ପଲ୍ଲୀରେ ଏକ ଯୁବତୀ ଙ୍କ ଅର୍ଦ୍ଧ ଉଲଗ୍ନ ଶବକୁ ପୋଲିସ ମାଟି ତଳୁ ଖୋଳି ଖୋଳି ଉଦ୍ଧାର କରିଛି। ମହିଳା ଙ୍କ ପରିଚୟ ମିଳିନାହିଁ। ତେବେ ଯୁବତୀ ଙ୍କ ବୟସ ପାଖାପାଖି ୧୮ ରୁ ୨୨ ମଧ୍ୟରେ ହେବ। କେହି ହତ୍ୟା କରି ପ୍ରମାଣ ନଷ୍ଟ ନିମନ୍ତେ ମାଟି ତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ, ହିଞ୍ଜିଳି ଥାନା ମହୁଲପଲୀ ଗ୍ରାମର ହରିହର ନାୟକଙ୍କ ପରିବାର ନିଜ ଜମିରେ ସେମାନଙ୍କ ପୁରୁଷାନୁକ୍ରମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶବକୁ ସତ୍କାର କରିବା ସହ ସେଠାରେ ସମାଧି ନିର୍ମାଣ କରିଛନ୍ତିି। ହରି ନାୟକ ଙ୍କ ଭାଇ ଵୋହୁ ଝୁନୁ ନାୟକ ରବିବାର ମଧ୍ୟାହ୍ନରେ ଉକ୍ତ ସମାଧି ସ୍ଥାନ ଦେଇ ନିଜ ବିଲକୁ ଚାଷ ପାଇଁ ଯିବା ବେଳେ ସମାଧି ନିକଟରେ ମାଟି ଖୋଳାଯାଇଥିବା ଦେଖିଥିଲେ l ସେଠାରେ ଅନ୍ୟ କିଛି ସାମଗ୍ରୀ ମଧ୍ୟ ପଡ଼ିଥିଲା। ମହିଳା ଙ୍କ ସନ୍ଦେହ ହେବାରୁ ସେ ଏହିକଥା ସରପଞ୍ଚ ଓ ସମିତି ସଭ୍ୟ ଓ ୱାର୍ଡ଼ ମେମ୍ବର ଙ୍କୁ

ଜଣାଇଥିଲେ। ପରେ ଏଥି ନେଇ ସେମାନେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ l ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ମାଟି ଖୋଳି ମହିଳା ଙ୍କ ଶବକୁ ଉଦ୍ଧାର କରିଥିଲେ। ଉକ୍ତ ଖାଲରେ ଶବ ସହ ଲୁଣ, ଏକ ଚେନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ଖବରପାଇ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ସ୍ଵାଗତିକା ରଥ ଏବଂ ଆସ୍କା ଏସ. ଡି. ପି. ଓ ଉମାଶଙ୍କର ସିଂ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି l ପାରିପାର୍ଶ୍ବିକ ସ୍ଥିତି ରୁ ମହିଳା ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ଶବ ଚିହ୍ନଟ ହୋଇନାହିଁ।
ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି l ହିଞ୍ଜିଳି ଥାନାରେ ନଂ ୧୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ବୋଲି ଆଇଆଇସି ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ l

nis-ad
Leave A Reply

Your email address will not be published.