ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ଏକ ମାସ ପରେ ଆସିକା ବିଧାୟିକା ଙ୍କ ପାଦ ପଡିଲା ଡାକ୍ତର ଖାନାରେ…

ବ୍ରହ୍ମପୁର: ୩୦-୭ ନିର୍ବାଚିତ ପ୍ରତିନିଧି ଙ୍କ ଅଣ ଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା ବୋଲି ଗତ ଜୁନମାସ ୩୦ ତାରଖ ରେ ନିଷର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ର ଏକ ମାସ ପରେ ଆଜି ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ ଅଚାନକ ସରକାରୀ ଚିକିତ୍ସାଳୟ ରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିପକ ସାମନ୍ତରାଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଫେରିଯାଇଥିଲେ।ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳି ହେଉଛି ଆସ୍କା ସରକାରୀ ଚିକିତ୍ସାଳୟ ଏହି ଚିକିତ୍ସାଳୟ ଉପରେ କବିସୂର୍ଯ୍ୟନଗର, ଧରାକୋ ଟ ବ୍ଲକ, ଶେରଗଡ଼ ବ୍ଲକ,ବାଲିପଦର, ବୁଗୁଡା ସମେତ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧରଣ ନିର୍ଭର କରିଥାନ୍ତି।ଏହି ଚିକିତ୍ସାଳୟରେ ୧୮ଜଣ ଡାକ୍ତର ସ୍ଥାନ ରେ ୪ ଜଣ ଡାକ୍ତର ଦୀର୍ଘ ଦିନହେଲା କାର୍ଯ୍ୟ କରୁଛନ୍ତି। ଏହି ଚିକିତ୍ସାଳୟକୁ ଦୈନିକ ଶହ ଶହ ରୋଗୀ ଚିକିତ୍ସା ହେବାକୁ ଆସନ୍ତି।ଏଠାକାର ଡାକ୍ତର ପାଳି କରି ରୋଗୀ ମାନଙ୍କ ଚିକିତ୍ସା କରିବା ଫଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଧାଡି ବାନ୍ଧି ରୋଗୀ ମାନେ ନିଜର ଭାଗ୍ୟ କୁ ଆଦରି ଭଗବାନ କୁ ଡାକି ଚିକିତ୍ସା ହେବାକୁ ବାଧ୍ୟ ହୁଅନ୍ତି।ଅଧିକାଂଶ ସମୟ ଡାକ୍ତର ମାନେ ସେମାନଙ୍କ କ୍ୱଟର ରେ ରୋଗୀ ଚିକତ୍ସା କରିବାରେ ବ୍ୟସ୍ତ ରହିବା ଫଳରେ ଚିକିତ୍ସାଳୟକୁ ଆସିଥିବା ରୋଗୀ ବିଚରା ଦୀର୍ଘ ସମୟ ଡାକ୍ତର ଆସିବା ସମୟକୁ ଭାଗ୍ୟ କୁ ଆଦରି ଭଗବାନ ଭରସା ରେ ଅପେକ୍ଷ କରିବା କୁ ବାଧ୍ୟ ହୁଏ। ଅଧିକାଂଶ କରି ରାତ୍ର ସମୟରେ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ହଟ ହଟା ର ସମ୍ମୁଖୀନ ହେଉଛନ୍ତି।ଏହି ଚିକିତ୍ସାଳୟ ରେ ଦୀର୍ଘଦିନ ହେଲା ଡାକ୍ତର ଅଭାବ ସାଙ୍ଗକୁ ଗର୍ଭବତୀ ମହିଳାମାଙ୍କୁ ପ୍ରସୂତି ପରେ ସରକାର ଙ୍କ ପକ୍ଷରୁ

ଦିଆଯାଉଥିବା ଅର୍ଥ ରାଶି ଦେବରେ ଅବହେଳା କୁକୁର କାମୁଡ଼ା ଇଞ୍ଜେକ ସେନ ଦେବାରେ ପାତର ଅନ୍ତର କରିବା ରୋଗୀମାନଙ୍କୁ ସରକାର ପକ୍ଷରୁ ମାଗଣା ଔଷଧ ନଦେବା ଓ ଅଧିକାଂଶ କରି ସାମନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ରେଫେର- ଟୁ – ବ୍ରହ୍ମପୁର ପଠାଇଦେବା ଭଳି ଘଟଣା ଦେଖିବାକୁ ମିଳୁଛି।ଏହି ଚିକିତ୍ସାଳୟ ମହିଳା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏହି ସବୁ ସମସ୍ୟା ର ଫାଇଦା ନେଇ ଡାକ୍ତରଖାନା ନିକଟରେ ଥିବା କେତେକ ଔଷଧ ଦୋକାନୀ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଦି ଅଞ୍ଚଳର ଡାକ୍ତର ମାନଙ୍କୁ ନିଜର ଦୋକାନକୁ ଡାକି ବିଭିନ୍ନ ରୋଗର ଚିକିତ୍ସା କରି ଅଧିକ ଲାଭ ଥିବା ଔଷଧ ଲେଖିବାକୁ ଡାକ୍ତର ଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି।କିଛି ଦିନ ତଳେ ଆସିକା ଅଞ୍ଚଳକୁ ଆସୁଥିବା ଜଣେ ନକଲି ଡାକ୍ତର ସାନଖେମୁଣ୍ଡି ଅଞ୍ଚଳ ରୁ ଗିରଫ ହେବାର ନଜିର ରହିଛି। ଆସିକା ଚିକିତ୍ସା ଳୟ ରେ ଅଲ୍ଟ୍ରାସାଉଣ୍ଡ କରି ବାହାରେ କେତେକ ଡାକ୍ତର ଭ୍ରୁଣ ହତ୍ୟା ଭଳି କାର୍ଯ୍ୟ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଦୀର୍ଘ ଦିନ ପରେ ଚିକିତ୍ସାଳୟ କୁ ଆଜି ର ବିଧାୟିକା ଙ୍କ ଗସ୍ତକୁ ବହୁ ଲୋକ ସ୍ୱଗତ କରିଥିବାବେଳେ ଅନ୍ୟ ରାଜନୈତିକ ଦଳର ଲୋକେ କୁଆଡ଼େ କଥା ହେଉଥିଲେ ଦୀପ ନିଭିଲା ବେଳକୁ ଜୋର ରେ ଜଳେ ବୋଲି ଏହି କଥା ଭ୍ରୁକଞ୍ଚନ ସୃଷ୍ଟି କରିଥିବା ଲକ୍ଷ କରାଯାଇଛି।

nis-ad
Leave A Reply

Your email address will not be published.