ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଂଘ ଓ ହ୍ୟୁମାନ ରାଇଟ୍ସ ମିଶନ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ତ୍ରିଦେବ ନଗର କଲ୍ୟାଣ ମଣ୍ଡପରେ ଜିଲ୍ଲା ମହାସଙ୍ଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ ଅଧକ୍ଷତା କରିଥିବା ବେଳେ ସାନମାନିତ ଅତିଥିଭାବେ ହ୍ୟୁମାନ ରାଇଟ୍ସ ରାଜ୍ୟ ସଙ୍ଘର ଉପସଭାପତି ଜଳନ୍ଧର ବେହେରା ଓ ସାମ୍ବାଦିକ କୁନା ଦିଗାଲ , କିସ ର କନ୍ଧମାଳ ଜିଲ୍ଲା କୋରଡିନେଟର ଭାଗିରଥି ସେଠି ଓ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ସମ୍ବାଦିକ କ୍ଷୀରୋଦ କୁମାର ସାହାଣୀ ଯୋଗଦାନ କରିଥିଲେ | ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ସପନ ମିଶ୍ର ବୈଠକରେ ସଂଘର ସମ୍ପୂର୍ଣ୍ଣ ବିବରଣୀ ସହିତ କେତେକ ମୌଳିକ ସମସ୍ୟା ର ସମାଧାନ ଉପରେ ଉପସ୍ଥିତ ଠିବା ନେତୃ ମଣ୍ଡଳୀ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ l କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଙ୍ଘ ହୋଉଥିଲେ ମଧ୍ୟ୍ୟ ତାର ସ୍ୱତନ୍ତ୍ର କ୍ଳବ କିମ୍ବା ସଭାଘର ଟିଏ ନ ଥିବାରୁ ଜିଲ୍ଲାର କର୍ମକର୍ତ୍ତା ମାନେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି ଓ ନିଜ ନିଜର ସରକାରୀ ଡିଉଟିରେ ହେଉ କି ବ୍ୟକ୍ତିଗତ ଆବେଦନ ନେଇ ଏସପିଙ୍କୁ ସାକ୍ଷାତ କରିବାକୁ ଆସୁଥିବା ସମୟରେ ହୋମଗାଡ଼ର ପ୍ରତିନିଧି ମାନେ ଦିନରେ କି ରାତ୍ରି ଯାପନ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଥିବା ଦେଖିବାକୁ ମିଲୁଛି l ଏପରି ମାନ୍ୟବର ସୁପ୍ରିମ କୋର୍ଟ ଆଦେଶ ପ୍ରକାରେ ରାଜ୍ୟ ସରକାର ଦରମା ଦେବାରେ ଟାଲଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ବୈଠକରେ ସଙ୍ଘ ର କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ, ଓ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶ ପ୍ରକାରେ ରାଜ୍ୟସରକାର ରାଜ୍ୟରେ 16 ହଜାର ରୁ ଉର୍ଦ୍ଧ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କୁ ତୁରନ୍ତ ନୂତନ ହାରରେ ଦରମା ପ୍ରଦାନ କରିବାପାଇଁ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା lଏହି ବୈଠକରେ ଜିଲ୍ଲା ମହାସଂଘର କର୍ମକର୍ତ୍ତା ତଥା ରାଜ୍ୟ ମହାସଂଘର ଉପସଭାପତି ତଥା ମନାଧିକାର ମିଶନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧକ୍ଷ ଶେଖ ରିୟାଯୁଧିନ, ଯୁଗ୍ମ କୋଷାଧକ୍ଷ ଧନୁରଧର କହଁର, ଓ କୁବେର କହଁର, ଫୁଲବାଣୀ ଟାଉନ ଥାନା ଗୃହରକ୍ଷୀ ସଙ୍ଘ କାର୍ଯ୍ୟକାରୀ ସଭାପତି ମୁରଲୀ ଧର ବେହେରା, ଉପସଭାପତି ସାଫ୍ରିନ ଖାନ, ସମ୍ପାଦକ ଚିଦାନନ୍ଦ ଦାସ, ଓ କର୍ମକର୍ତ୍ତା ସରୋଜ କୁମାର ଦାସ, ନୃସିଂହ ଡାକୁଆ, ଭଜରାମ ନାୟକ , କୁମୁଦିନୀ ଶତପଥୀ ଉପସ୍ଥିତ ରହି ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.