ହିଞ୍ଜିଳିକାଟୁ ୩୦।୭ ରାଜ୍ୟ ବେଡମିଣ୍ଟନ ଆସୋସିଏସନ ପକ୍ଷରୁ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୧୩୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଉଦଯାପନ ଦିବସରେ ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ କିର୍ତିଭାସନ ଭି , ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନିଳମାଧବ ଭୋଇ, ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳିକାଟୁ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ହିଞ୍ଜିଳିକାଟୁ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ହିଞ୍ଜିଳିକାଟୁ ଵ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ହିଞ୍ଜିଳିକାଟୁ ଵ୍ଳକ ଵିଜେଡି ଯୁବ ସଭାପତି ମନୋଜ କୁମାର ସାବତ, ଶେରଗଡ ଵ୍ଳକ ଵିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ନେତା ଦେବାନନ୍ଦ ମହାପାତ୍ର, ଅଜୟ କୁମାର ମହାରଣା,ହିଞ୍ଜିଳିକାଟୁ ବିଜେଡି ନଗର ସଭାପତି ଭୀମସେନ ବେହେରା ଙ୍କ ସମେତ ହିଞ୍ଜିଳିକାଟୁ ବ୍ଳକ, ପୌରପରିଷଦ ଓ ଶେରଗଡ ଵ୍ଳକ ର ସମସ୍ତ ଜନପ୍ରତିନିଧି ଓ ବିଜେଡି ନେତୃ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ କୃତି ଖେଳାଳୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.