ବିଷାକ୍ତ ସର୍ପ କାମୁଡାରେ ତିନି ବର୍ଷର ଶିଶୁ ମୃତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଥାନା ପକାରୀ ପଞ୍ଚାୟତର ଝିରିପଡ଼ା ଗ୍ରାମରେ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ରାମ କହଁରଙ୍କ ପୁଅ ରୋହନ କହଁର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପରିବାର ସହିତ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ବିଷଧର ସାପ ଶିଶୁର ହାତକୁ କାମୁଡ଼ି ଦେଇଥିଲା । ଏହା ପରେ ପରିବାର ବର୍ଗ ଶିଶୁକୁ ତୁରନ୍ତ ଏକ ଅଟୋ ରିକ୍ଟା ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ ।କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ଶନିବାର ମୃତ୍ୟୁ ହୋଇଛି । ଏନେଇ ମୃତ ଶିଶୁର ବାପା ଗୋଛାପଡ଼ା ଥାନାରେ ସୂଚନା ଦେବା ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି କହିଛନ୍ତି l

nis-ad
Leave A Reply

Your email address will not be published.