ରଜକ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ (୨୮।୭) : ଗଞ୍ଜାମ ଜିଲ୍ଲା ରଜକ ସମାଜ ପକ୍ଷରୁ ପରିବେଶ ସନ୍ତୁଳନ ଓ ଓକ୍ସିଜେନ ପହଚାଂଇବା ଲକ୍ଷରେ ଶୁକ୍ରବାର ହିଞ୍ଜିଳିକାଟୁ ନିକଟ ଖଣ୍ଡରା ଛକ ଠାରୁ ମାଁ ଶ୍ୟାମଳାଇ ମନ୍ଦିର ଏନ ହେବ ୫୯ ଦୁଇ କଡରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଅଂଳା, ଵାହାଡା, ବେଲ, ଅଶୋକ, କରଞ୍ଜ, ସାହଜ, ବଉଳ ,ଅର୍ଜୁନ,ଫାଶି,ଶାଳ ଆଦି ୨୦୦ ଵୃକ୍ଷ ରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ରଜକ ସମାଜ ଅଞ୍ଚଳରେ ରହୁଥିବା ରଜକ ସମାଜ ର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ l ତେବେ ସମାଜିକ ସଂଗଠନ ତରଫରୁ ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ଯାଦବ ସମାଜ ର ଏହି ମହତ୍ ଉଦ୍ଦେଶ୍ୟ ସାଧିତ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ରଜକ ସମାଜ ର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନେଇ ଏକ ସୁନ୍ଦର ଚିନ୍ତାଧାରାକୁ ମହତ୍ କାର୍ଯ୍ୟର ପରିକଳ୍ପନା ନେଇ ଆରମ୍ଭ କରାଯାଇଥିବା ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l

ରଜକ ସମାଜ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସେଠି ବୃକ୍ଷରୋପଣ ଦ୍ୱାରା ଏକ ସୁନ୍ଦର ପରିବେଶ ସୃଷ୍ଟି ସହିତ ସାରା ବିଶ୍ୱ ପରିବେଶକୁ ଶୁଦ୍ଧ ଅମ୍ଳଜାନ ମିଳିବା ସହ ପରିବେଶ ସନ୍ତୁଳନ ରଖିବା ପାଇଁ ସହାୟକ ହେବ ବୋଲି ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଉପସଭାପତି ନାରାୟଣ ସେଠି, ଗଞ୍ଜାମ ଜିଲ୍ଲା ରଜକ ସମାଜ ର ଉପଦେଷ୍ଟା କାମା ପ୍ରସାଦ ସେଠି, ଗଞ୍ଜାମ ଜିଲ୍ଲା ରଜକ ସମାଜ ସଭ୍ୟ ଭୀମସେନ ସେଠି, ରଜକ ସମାଜ ତାଲୁକା ଉପସଭାପତି କାମ୍ପ ସେଠି, ମୁଠା ସଭାପତି ରାଜେନ୍ଦ୍ର ସେଠି, ଯୋଗିନ୍ଦ୍ର ସେଠି ଙ୍କ ସହ ଜିଲ୍ଲାର ସମସ୍ତ ମୁଠା ଓ ତାଲୁକା କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.