ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଆୟୁକ୍ତଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ।
ସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାହୁ ଜିଲ୍ଲା ଯୋଗାଣ ବିଭାଗ ଠାରୁ ଜିଲ୍ଲା ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଗତ ରାସନ କାର୍ଡ ର ବର୍ତ୍ତମାନ ର ସ୍ଥିତି, ପି.ଡି.ଏସ୍. ବଣ୍ଟନ ବ୍ୟବସ୍ଥା ଆଦି ସମ୍ପର୍କରେ ପଚାରିଲେ ବୁଝିଥିଲେ । ସେହିପରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାରେ ଅଙ୍ଗନବାଡି ମାନଙ୍କର ସ୍ଥିତି, ଅଙ୍ଗନବାଡି ମାନଙ୍କରେ ଗରମ ଖାଦ୍ୟ ପରିବେଷଣ, ସକାଳ ଜଳଖିଆ, ସ୍ପୀରୁଲିନା , ଚିକି, ମାଣ୍ଡିଆ ଲଡୁ ବଣ୍ଟନ ତଥା ଟି.ଏଚ୍. ଆର୍. ସମ୍ପର୍କରେ ଅବଗତ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ସମୀକ୍ଷା କରିବା ସହିତ ଭତ୍ତା ନିମନ୍ତେ ଥିବା ଆବେଦନ କିମ୍ବା ଅଭିଯୋଗ ଗୁଡିକୁ ଗୁରୁତ୍ଵ ଆରୋପ କରିବା କୁ ଆୟୁକ୍ତ ପରାମର୍ଶ ଦେଇଥିଲେ ।
ସମୀକ୍ଷା ବୈଠକ ପରେ ପରେ ଆୟୁକ୍ତ ବିଭିନ୍ନ କ୍ଷେତ୍ର ପରିବେଷଣ କରିଥିଲେ । ଏହି କ୍ରମରେ ସବଡେଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ଅଧିକାରୀ, ଡାକ୍ତର ଆଦି ଙ୍କ ସହିତ ଆଲୋଚନା କରିଥିଲେ ଏବଂ ରୋଗୀ ମାନଙ୍କ ଭଲ ମନ୍ଦ ପଚାରି ବୁଝିବା ସହିତ ମଧ୍ୟ ସେମାନେ ଡାକ୍ତରଖାନା ରେ ପାଉଥିବା ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ପଚାରି ବୁଝି ଥିଲେ I ସେହିପରି କୁକୁରିଡ଼ିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଇଁଝର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀ ଙ୍କ ସହିତ କେନ୍ଦ୍ର ରେ ଶିଶୁ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ତଥା ସେମାନଙ୍କ ନିମନ୍ତେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଶିଶୁ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ସେହିପରି କୁକୁରିଡ଼ିହି ଗ୍ରାମପଞ୍ଚାୟତ ସ୍ଥିତ ଆର୍. କେ. ପି. ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ର ନିରୀକ୍ଷଣ କରିଥିଲେ ଏବଂ ସେଠାରେ ସ୍ଵଚ୍ଛତା ବଜାୟ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହା ସହ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେହିପରି କୁଲବା ଗ୍ରାମ ପଞ୍ଚାୟତ ଯାଇ ପି.ଡି. ଏସ୍. ବଣ୍ଟନ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଚାଉଳ ର ଗୁଣବତ୍ତା ମଧ୍ୟ ନିରୀକ୍ଷଣ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ଆୟୁକ୍ତ ଶ୍ରୀ ସାହୁ ପି. ଆର୍. ଆଇ ସଭ୍ୟ ମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ଯୋଜନା ଅନ୍ତର୍ଗତ ହୋଇଥିବା ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ I ଏହି ସମୀକ୍ଷା ବୈଠକ ଏବଂ କ୍ଷେତ୍ର୍ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସରୋଜ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦୂର୍ଗା ଚରଣ ବେଶ୍ରା, ସବଡେଗା ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣୀ ପଣ୍ଡା ଏବଂ ତହସିଲଦାର ଶ୍ରୀ ସୁମନ ମିଞ୍ଜ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.