ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ : ନାବାଳିକା ଭିନ୍ନକ୍ଷମ ସମ୍ପର୍କିୟ ଭଉଣିକୁ ଦୁଷ୍କର୍ମ କରି ଗିରଫ ହେଲା ସମ୍ପର୍କିୟ ଦାଦା ପୁଅ ଭାଇ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ସମାନାକୁ ଆସିଛି । ଜଣେ ୧୬ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳିକା ର ନିଜ ଦାଦାପୁଅ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେହି ଟେଲାପାଲି ଗାଁର ସ୍ୱର୍ଗତ ବିନୋଦ ରଣାଙ୍କ ପୁଅ ଆସୁତୋଷ ରଣା ହୋଇଥିବା ବେଳେ ତାର ଡାକ ନା ବାପୁଜି ରଣା ବୋଲି ଜଣାପଡିଛି । ତେବେ ପୋଲିସର ସୂଚନା ଅନୁସାରେ ପିଡିତା ନାବାଳିକା ଓ ଅଭିଯୁକ୍ତ ଯୁବକ ଜଣକ ସମ୍ପର୍କରେ ରକ୍ତ ସମ୍ପର୍କର ଭାଇ ଭଉଣି ହୋଇଥିବା ବେଳେ ଅଭିଯୁକ୍ତ ଜଣକ ପିଡିତା ନାବାଳିକାର ଦାଦାପୁଅ ଭାଇ । ପଡିତା ନାବାଳିକା ର ପିତା ଜନ୍ମରୁ ଅନ୍ଧ ହୋଇଥିବା ବେଳେ ମା ମଧ୍ୟ ଅତିନିରିହ । ଅଭିଯୁକ୍ତ ଜଣକ ବିବାହିତ ହୋଇଥିବା ବେଳେ ତାର ଏକ କନ୍ୟାସନ୍ତାନ ମଧ୍ୟ ଅଛି । ତେବେ ପିଡିତା ନାବାଳିକାର ପରିବାର ଅତିଗରିବ ଓ ନିରିହ ହୋଇଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ପିଡିତା ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲ। ଗତ କିଛିଦିନ ତଳେ ନାବାଳିକା ଜଣକ ଅସୁସ୍ଥ ହୋଇ ପଡିବା ଓ ବାରମ୍ବାର ବାନ୍ତି କରିବାରୁ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସଂନ୍ଦେହ ଶୃଷ୍ଟି ହୋଇଥିଲ। ଏହାପରେ ନାବାଳିକାଙ୍କ ମା ଗାଁରେ ଥିବା ଆଶାକର୍ମିଙ୍କୁ ଜଣାଇଥିଲେ । ଘଟଣା ବିଷୟରେ ଜାଣି ସମ୍ପୃକ୍ତ ଆଶାକର୍ମି ଗତ ୮/୦୭/୨୦୨୩ ତାରିଖ ଦିନ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ନାବାଳିକାର ଚିକିତ୍ସା କରିବା ସହ ନାବାଳିକାର ଗର୍ଭପରିକ୍ଷା କରିଥିଲେ । ଗର୍ଭପରିକ୍ଷା କଲାପରେ ନାବାଳିକା ଜଣକ ତିନିମାସର ଅନ୍ତସତ୍ତ୍ୱା ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ପରେ କୈାଣଷି ଡାକ୍ତର ଙ୍କ ବିନା ପରାମର୍ଶରେ ସମ୍ପୃକ୍ତ ଆଶା କର୍ମି ଓ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟରତ ଜନୈକ ନର୍ସ ଙ୍କ ପରାମର୍ଶ କ୍ରମେ ନାବାଳିକା ଜଣକୁ ଗର୍ଭନଷ୍ଟ କରିବା ପାଇଁ କିଛି ଔଷଧ ଖାଇବାକୁ ଦିଆଯାଇଥିଲ। ଏହାସହ ନାବାଳିକାର ଗର୍ଭପାତ ହେବାପରେ ନାବାଳିକା ଜଣକ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାକୁ ପ୍ରାୟ ଛଅ ଦିନ ମେଡିକାଲରେ ଭର୍ତି ମଧ୍ୟ କରାଯାଇଥିଲ। ପରେ ନାବାଳିକା ଜଣକ ସୁସ୍ଥ ହେବା ପରେ ଗତ ୧୩ ତାରିଖ ପରିବାର ଲୋକ ନାବାଳିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ଘଟଣା ବିଷୟରେ କୈାଣଷି ସୁତ୍ରରୁ ଶିଶୁ ସୁରକ୍ଷା ସମିତି ର ସଦସ୍ୟ ମାନେ ଖବର ପାଇ ଗତ ୧୪ ତାରିଖ ଦିନ ନାବାଳିକାର ଘରକୁ ଆସି ତଦନ୍ତ କରିଥିଲେ । ଶିଶୁ ସୁରକ୍ଷା ସମିତିର ତଦନ୍ତ ରୁ ଘଟଣା ଟି ସତ ପ୍ରମାଣିତ ହେବା ପରେ ନାବଳିକାର ପରିବାର ପକ୍ଷରୁ ଗତ ୧୮ ତାରିଖ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତାଲା କରାଯାଇଥିଲ। ପରେ ଏତଲା ଅଧାରରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ ଏବଂ ଏତଲା ଦେବାର ଛଅଦିନ ପରେ ଅର୍ଥାତ ସୋମବାର ଦିନ ଫିରିଙ୍ଗିଆ ପୋଲିସ ଅଭିଯୁକ୍ତ ଆଶୁତୋଷ ରଣା କୁ ଫୁଲବାଣୀ ସଦର ଥାନା ମିଣିଆ ଛକ ଠାରୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୨୩/୨୦୨୩ ରେ ପୋକ୍ସ୍ ଅଧିନିୟମରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତର ଡାକ୍ତରି ମାଇନା ପରେ ମଙ୍ଗଳବାର ଅଭିଯୁକ୍ତ ଜଣକୁ କୋର୍ଟଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ । ଅନ୍ୟପଟେ ଏହି ଘଟଣାକୁ ନେଇ ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜଣେ ସାରିରିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଯୁବକ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରିଛନ୍ତି ଅଂଚଳ ର ବୁଦ୍ଧିଜୀବି ଓ ଜନସାଧାରଣ । ଅନ୍ୟପଟେ ବିନା ଡାକ୍ତରି ପରାମର୍ଶରେ କିଭଳି ଭାବରେ ସମ୍ପୃକ୍ତ ଆଶା କର୍ମୀ ଓ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ ନର୍ସ ନାବାଳିକା ଜଣକୁ ଗର୍ଭପାତ କରିବା ପାଇଁ ଔଷଧ ଖାଇବାକୁ ଦେଲେ ତାହା ଦତନ୍ତ ସାପେକ୍ଷ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

nis-ad
Leave A Reply

Your email address will not be published.