ଚୋର ଧରିଲା ସୂଚନା ଅଧିକାର ଆଇନ…

ଫୁଲବାଣୀ : ସୂଚନା ଅଧିକାର ଆଇନ ବଳରେ ଧରା ପଡ଼ିଲା ଚୋର । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଵାରିକୁମ୍ପା ଗ୍ରାମରେ ଥିବା ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ । ଏଠାରେ ଡକ୍ଟର ପୀୟୂଷ ମୋହନ ସାମଲ ଦୀର୍ଘ ବର୍ଷ ଧରି ନ ରହି ଦରମା ବାଦେ ଅତିରିକ୍ତ ୪୦ ହଜାର ଟଙ୍କା ପ୍ରୋତ୍ସାହନ ଭତା ନେଇ ଆସୁଥିଲେ । ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିବା ପରେ ଧରା ପଡ଼ିଥିଲା ସତ । କିନ୍ତୁ ସତ ଧରା ପଡ଼ିବା ପରେ ସୂଚନାରେ ଦେଇଥିଲେ କ୍ୱାଟର୍ ଖରାପ ଅଛି ରହିବା ଅନୁପଯୋଗୀ ବୋଲି କିନ୍ତୁ ଖଜୁରୀପଡ଼ା ବି.ପି.ହେଚ.ଓ ନିମାଇ ଚରଣ ବିଶି ଡକ୍ଟର ପୀୟୂଷ ମୋହନ ସାମଲଙ୍କ ଦେଇଥିବା ତଥ୍ୟ ଓ ତାଙ୍କ କଥାକୁ ଖଣ୍ଡନ କରି ନିଜେ କ୍ୱାଟର ବୁଲି କ୍ୱାଟର୍ ରହିବା ଉପୋଜୋଗି ବୋଲି ଲୋକଙ୍କୁ ଏବଂ ସାମ୍ବାଦିକଙ୍କୁ ଜଣାଇଥିଲେ ଏବଂ ଲେଟର ନମ୍ବର – 416/2023, ମେମୋ ନମ୍ବର -417 /25- 07-2023 ରେ ଏକ ଚିଠି କରି ବାରିକୁମ୍ପା ଡକ୍ଟର ସମେତ ସମସ୍ତ କର୍ମଚାରୀ ନିଜ ନିଜ କ୍ୱାଟର୍ ରେ ରହିବା ପାଇଁ ଉଲେଖ କରିଥିବା ବେଳେ ଡକ୍ଟର ପୀୟୂଷ ମୋହନ ସାମଲଙ୍କ କ୍ୱାଟର୍ ରେ ଦୁଇଟି ବଡ଼ ତାଲା ପଡିଥିବାର ଦେଖି ଲୋକଙ୍କ ଆଶଙ୍କା ବଢିଥିଲା ଏବଂ ସେହି ଅନୁପଯୋଗୀ କ୍ୱାଟର କୁ ଖୋଲିବା ପାଇଁ ଲୋକମାନେ ବାଧ୍ୟ କରିଥିଲେ ଲୋକଙ୍କ କଥାକୁ ଶୁଣି ବି.ପି.ହେଚ୍.ଓ ନୀମାଇ ଚରଣ ବିଶି ସି.ଡି.ଏମ.ଓ ମନୋଜ ଉପାଧ୍ୟାୟ ଙ୍କୁ ଫୋନ ଯୋଗେ ଜଣାଇ ଥିଲେ କିନ୍ତୁ ସି.ଡି.ଏମ.ଓ ତାଲା ଖୋଲିବା ପାଇଁ ସଂପୂର୍ଣ୍ଣ ମନା କରିଦେଇଥିଲେ । ଡକ୍ଟରଙ୍କୁ ବଞ୍ଚାଇବା ପାଇଁ ସି.ଡି.ଏମ.ଓ ତାଲା ଖୋଲିବା ପାଇଁ ମନା କଲେ ଏବଂ ସି.ଡି.ଏମ.ଓ ଓ ଡକ୍ଟର ପୀୟୂଷ ମୋହନ ସାମଲଙ୍କ ମଧ୍ୟରେ ଅତି ଘନିଷ୍ଠ ବା ମଧୁଚନ୍ଦ୍ରିକା ରହିଅଛି ବୋଲି ଗ୍ରାମବାସୀ କହିଥିଲେ । କିଛି ବର୍ଷତଳେ ପରିତ୍ୟକ୍ତ କୂଅରେ ଔଷଧ ପକାଇବା ଘଟଣାରୁ ସି.ଡି.ଏମ.ଓ ଡକ୍ଟର ପୀୟୂଷ ମୋହନ ସାମଲଙ୍କୁ ବଞ୍ଚାଇ ଥିବାରୁ ଆଜି ମଧ୍ୟ ସି.ଡି.ଏମ.ଓ ଡକ୍ଟରଙ୍କୁ ସାହାଯ୍ୟ କରି ଅସୁବିଧାରୁ ବଞ୍ଚାଉଛନ୍ତି ବୋଲି ଗ୍ରାମବାସୀ ବ୍ୟକ୍ତ କରିଥିଲେ । ଏବଂ ଏଥିରୁ ମଧ୍ୟ ପ୍ରମାଣିତ ହେଉଥିଲା ଜେ ସି.ଡି.ଏମ.ଓ ଓ ପୀୟୂଷ ମୋହନ ସାମଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଦ୍ଵାରା ସମସ୍ତ କାର୍ଯ୍ୟ ଚାଲିଅଛି ବୋଲି ।

nis-ad
Leave A Reply

Your email address will not be published.