ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

କଟକ:ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ନିର୍ଦ୍ଦୋଷ ଜେଲରେ ଜୀବନ କାଟୁଛନ୍ତି । ଏପରିକି ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି  । ତେଣୁ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଗସ୍ତରେ ଯାଇଥିଲେ । ପଥ୍ରମେ କଟକଚଣ୍ଡୀ ମନ୍ଦିରରେ ଦର୍ଶନ ସାରିବା ପରେ ନେତାଜୀ ସଂଗ୍ରହାଳୟ ଏବଂ ଶୈଳବାଳା ମହିଳା କଲେଜ ଯାଇଥିଲେ । ପରେ ହାଇକୋର୍ଟ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହାଇକୋର୍ଟ   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ଆଜି କାରଗିଲ ଦିବସ ଅବସରରେ ସେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ । ଏହି ଅବସରରେ   ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇବା ସହ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିଥିଲେ ରାଷ୍ଟ୍ରପତି  ।

ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟ ଇତିହାସକୁ ମନେ ପକାଇ କହିଥିଲେ, ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩ରେ ପହଞ୍ଚିଛି ।  ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି ହାଇକୋର୍ଟ । ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ ପାଲଟିଛି ହାଇକୋର୍ଟ ।  ଯେଉଁ ହାଇକାର୍ଟ ବିଚାରପତି ସୁପ୍ରିମକୋର୍ଟ ବିଚାରପତି ଏବଂ ପ୍ରଧାନ ବିଚାରପତି  ଆସନ ଅଳଙ୍କୃତ କରିଛନ୍ତି ସେମାନଙ୍କୁ ମନେ ପକେଇଥିଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଆହୁରି କହିଥିଲେ,  ପ୍ରକୃତି ସହ ମିଳିମିଶି ଚଳିବା ଆଦିବାସୀ ଜୀବନଶୈଳୀର ମାଧ୍ୟମ । ବ୍ୟବସ୍ଥାପିତା ତଥା କାର‌୍ୟ୍ୟପାଳିକା ସହ ନ୍ୟାୟପାଳିକା ବି ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଉଚ୍ଚ ପ୍ରାଥମିକତା ଦେବା ଉଚିତ ବୋଲି କହିଥିଲେ କହିଥିଲେ ରାଷ୍ଟ୍ରପତି। ଏହାଦ୍ୱାରା ଆମେ ଆମ ଉତ୍ତରପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବାରେ ସକ୍ଷମ ହୋଇ ପାରିବା। ଏଥିନିମନ୍ତେ ପରିବେଶ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଏହି କାର‌୍ୟ୍ୟକ୍ରମରେ ପ୍ରଫେସର ଗଣେଷୀଲାଲ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଜଷ୍ଟିସ ଏସ୍.ମୁରଲୀଧର । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ଏହି କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.