ଲଗାଣ ବର୍ଷାଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଡ଼ଶୀ ରାଜ୍ୟସହ ସୀମାନ୍ତ ଅଞ୍ଚଳକୁ ଯତାୟତ ବାଧାପ୍ରାପ୍ତ…

ମାଲକାନଗିରି : ଗତକାଲି ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣିଦେଖା ଦେଇଛି ବନ୍ୟା ପରିସ୍ଥିତି । ଦୀର୍ଘ ୧୯ଦିନରୁ ଉର୍ଦ୍ଧଦିନ ବର୍ଷା ଯୋଗୁ ଜିଲ୍ଲା ର ବିଭିନ୍ନ ଜାଗାରେ ବନ୍ୟାପରିସ୍ଥିତି ସୃଷ୍ଟି ହେବାସହ,ଭୂସ୍ଖଳନ ଭଳି ଘଟଣା ଘଟି ଯାଇଠୁବା ବେଳେ ଗତ କାଲିର ବର୍ଷା ପ୍ରଭାବ ରେ ଆଜି ସକାଳୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ବନ୍ୟାପାଣି ଚାଲୁଛି ଯାଫଳରେ ଜିଲ୍ଲା ର ସୀମାନ୍ତ ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଏଥିସହ ୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରର କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟରୁ ଅଧିକ ବର୍ଷା ଜଳ ପ୍ରବାହିତ ହେବା ଯୋଗୁଁ ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡି ମଟର ଅଟକି ରହିଛି । ମାଲକାନଗିରି ସହିତ କାଲିମେଳା ବ୍ଳକର କାଲିମେଳା, ଏମ :ଭି ୭୯, ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । କାଲିମେଳା ବ୍ଳକ ସହିତ ପଡିଆ ବ୍ଳକୁ ସଂଯୋଗ କରୁଥିବା ଉଣ୍ଡୁରକୋଣ୍ଡା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୩ ଫୁଟ ବର୍ଷା ପାଣିର ଲହରୀ ମାରୁଛି। ଯାହା ଫଳରେ କାଲିମେଳା ବ୍ଳକ ସହିତ ପଡିଆ ଵ୍ଳକର କନ୍ୟାଶ୍ରମ, ଉଣ୍ଡୁରୁକୋଣ୍ଡା , ଗଠନପାଲ୍ଲୀ, ଏମ:ଭି ୫୮, ବାପାନପାଲ୍ଲୀ ସହ ଯୋଗାଯୋଗ ସମ୍ପୂଣ୍ଣ ବନ୍ଦ ରହିଛି। ପୋଟେରୁ, ଏମଭି୩୭ ପୋଲକୁ ମଧ୍ୟ ପାଣି ଲାଗି ଗଲାଣି । ଅନ୍ୟପଟେ କାଲିମେଳା ବ୍ଳକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହରୀ ମାରୁଛି। ବ୍ରିଜର ଗୋଟିଏ ପଟେ ଭାଙ୍ଗିଯାଇଛି। ଫଳରେ କାଲିମେଳା ବ୍ଳକ ସହ ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

nis-ad
Leave A Reply

Your email address will not be published.