୧୮୦୦ ପରିବାରଙ୍କୁ ପଟ୍ଟା ପ୍ରଦାନ ଦାବୀର ଅନଶନ

ଛତ୍ରପୁର: ଆଜି ଭାରତୀୟ ବିକାଶ ପରିଷଦ, ଆର୍ଯ୍ୟପଲ୍ଲୀ, ଗ୍ରାମ ପଂଚାୟତ ଶାଖା ତରଫରୁ ଜିଲ୍ଲପାଳ କାର୍ଯ୍ୟାଳୟ ଛତ୍ରପୁର ଠାରେ ଆମରଣ ଅନଶନରେ ଆଜ୍ଞାପଲ୍ଲୀ ଗ୍ରାମର ତିନିଜଣ ବ୍ୟକ୍ତି ଅକେଲେଶ୍ୱର ଜେନା, ବି କୈଳାସ ଏବଂ ବି ପାର୍ସୟା ଶତାଧିକ ଗ୍ରାମବାସୀଙ୍କ ସହିତ ଦିବା ରାତ୍ରି ଅନଶନ ଅନୁଷ୍ଠିତ ହୋଇଛି | ମୁଖ୍ୟ କାରଣ 1978 ମସିହାଠାରୁ ଆର୍ଯ୍ୟପାଲି ଗ୍ରାମ ପଂଚାୟତର ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, କେ ଆର୍ଯ୍ୟପଲ୍ଲୀ, ଓ କତୁରୀ ଗ୍ରାମର 1800 ପରିବାରର ପଟ୍ଟା ଜିଲ୍ଲା ପ୍ରଶାସନ ଦେଇନାହାନ୍ତି | ଭାରତୀୟ ବିକାଶ ପରିଷଦ ତରଫରୁ ତା 15.02.22, ତା 25.05.22 ଏବଂ ତା 17.06.22 ଏବବଂ 6.02.23ରେ ତହସିଲଦାର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ପଟ୍ଟା ପ୍ରଦାନ ପାଇଁ ପ୍ରତିବାଦ ସଭା ସହିତ ସ୍ମାରକୀ ପ୍ରଦାନ କରାଯାଇଥିଲା | ଶେଷରେ ତହସିଲଦାର ଛତ୍ରପୁର ଦୁଇ ଜଣ ରାଜସ୍ୱ କର୍ମଚାରୀଙ୍କୁ ମାର୍ଚ୍ଚ, ଏପ୍ରିଲ ଓ ମେ 2023 ରେ ତିନିମାସ ମଧ୍ୟରେ ବାସ କରୁଥିବା 1800 ପରିବାର ମଧ୍ୟରୁ 1200 ପରିବାର ସର୍ଜମିନ ତଦନ୍ତ କରିଥିଲେ | ତହସିଲଦାର ଙ୍କ ପତ୍ର ସଂଖ୍ୟା 416 ତା 07.07.23 ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଆର୍ଯ୍ୟପଲ୍ଲୀ ମୌଜାର ଖାତା no 47 ଏରିଆ ଏକ 27.146 କିସମ ରକ୍ଷିତ ଅନାବାଦୀରେ ରେ ସମସ୍ତ ପରିବାର ବାସ କରୁଛନ୍ତି | 1200 ଯାଞ୍ଚ ପରିବାର ମଧ୍ୟରୁ 1047 ପରିବାର OPLE ACT ପ୍ରକାରେ ବସୁନ୍ଧରା ଯୋଜରେ ଗୃହ ପଟ୍ଟା ପାଇବା ପଶି ଯୋଗ୍ୟ ଅଟନ୍ତି | କିନ୍ତୁ ଉକ୍ତ ଖାତା ରେ ଥିବା ପ୍ଲଟ ଗୁଡିକ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ କୁ ଖଣି ଖନାନ ପାଇଁ ଲିଜ ରେ ପ୍ରଦାନ କରାଯାଇଛି ତେଣୁ ଆଇଆରଆଇଠାରୁ ଏନଓସି ପରେ ପଟ୍ଟା ପ୍ରଦାନ କରାଯାଇପାରିବ କିମ୍ଭା ଉକ୍ତ ଜମି ଆଇ ଆର ଆଇ ଠାରୁ ପ୍ରତ୍ୟାହାର କରାଯାଉ | ପଟ୍ଟା ନମିଳିବା ଫଳରେ ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ମିଳିପାରୁନାହିଁ ଏବଂ ଝିଅ ବାହାଘର, କିମ୍ଭା ବାପା ମା ଙ୍କ ମୃତ କାର୍ଯ୍ୟ କୁ ଟଙ୍କା ଆବଶ୍ୟକ ବେଳେ ବ୍ୟାଙ୍କରେ ଋଣ ଆଣିପାରୁନାହୁଁ, ମହାଜନଙ୍କ ଠାରେ ବନ୍ଧକ ଦେଇ ମୋଟା ଅଙ୍କ ଶୁଦ୍ଧରେ ଋଣ ଆଣି ସର୍ବସ୍ୱନ୍ତା ବହୁ ପରିବାର ହେଇଛନ୍ତି I
ତେଣୁ ଭାରତୀୟ ବିକାଶ ପରିଷଦ ଆଜିଠାରୁ ପଟ୍ଟା ପ୍ରଦାନ ପର୍ଯ୍ୟନ୍ତ ଜିଲ୍ଲାପାଳ, ଗଞ୍ଜାମ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ ଦିବା ରାତ୍ର ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବାକୁ ଭାରତୀୟ ବିକାଶ ପରିଷଦ ଓ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ କହିଛନ୍ତି | ଉକ୍ତ ଆମରଣ ଅନଶନରେ ରାଜେନ୍ଦ୍ର ଦଳବେହେରା, ସମ୍ପାଦକ, ବିବିପି, ଗୁରୁଦେବ ବେହେରା, ବ୍ଲକ ସଭାପତି ବିବିପି, ଜି ଭୀମ ବେହେରା, ସଭାପତି, ଆର୍ଯ୍ୟପାଲି GP, ବିବିପି ଏମ ଜଙ୍ଗମୟ, ଉପସଭାପତି, ବିବିପି ଆର୍ଯ୍ୟପଲ୍ଲୀ, ଯୋଶଦା କର ସଂପାଦକ ବିବିପି ଆର୍ଯ୍ୟପାଲି ଗ୍ରା ପ. ଗୁରୁ ଚରଣ ପାତ୍ର,, ସୁମା ଦାସ ଦଳିତ ନେତା , ମାଗୁଣି ନାହାକ ଚାଷୀ ନେତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଉଦବୋଧନ କରିଥିଲେ l

nis-ad
Leave A Reply

Your email address will not be published.