ମହାନ୍ ସଂଘ ପକ୍ଷରୁ ଖାଦ୍ୟର ସଦୁପଯୋଗ କରିବା ନେଇ ସଚେତନତା ଅଭିଯାନ ଆରମ୍ଭ

ବ୍ରହ୍ମପୁର : ସଂପ୍ରତି ବିଶ୍ୱରେ ଗୋଟିଏ ପାଖ ରେ ଖାଦ୍ୟ ଅଭାବ ଓ ଅନାହାର ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ବହୁ ଲୋକ ପେଟପୂରା ଖାଇବାକୁ ପାଉନଥିବାବେଳେ, ଅନ୍ୟ ପାଖ ରେ ବହୁ ଖାଦ୍ୟ ଫୋପଡା ଯାଉଥିବା ଗଭୀର ପରିତାପର ବିଶୟ। ଭୋଜିଭାତ, ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଯେତିକି ଖାଦ୍ୟ ନଷ୍ଟ କରାଯାଉଛି, ତାହା ଅନେକ ଭୋକିଲା ଙ୍କ ଆହାର ହୋଇପାରିବ। ଏହା ଉପରେ ପ୍ରତେକ୍ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ସହ କଡା ଆଇନ ପ୍ରଣୟନ ହେବା ଆବଶ୍ୟକ ବୋଲି ଆଜି ସନ୍ତୋଷୀ ମା ମନ୍ଦିର କଲ୍ୟାଣୀ ମଣ୍ଡପରେ ମହାନ୍ ସଙ୍ଘ ଓ ଅନ୍ତରଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ପକ୍ଷରୁ ସଚେତନତା ଅଭିଯାନ ଓ ପୋଷ୍ଟର ଉନ୍ମୋଚନ କରି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତକରିଛନ୍ତି। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର, ସଞ୍ଜୟ ମାଝି, ପି ବୁଚି ବାବୁ, ଭି ରବି କୁମାର ଗୁପ୍ତା, ନମିତା ରାଣୀ ରାଉତ,ସନ୍ଧ୍ୟା ପଟନାୟକ, ମୀନା ଦାସ, ପ୍ରକାଶ ଭାଜନି, ଭୀଷ୍ମଚର୍ଯ୍ୟ କୌଧୁରି, ହରିକୃଷ୍ଟ ମିଶ୍ର ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ଏହି ଖାଦ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ ବୋଲି ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.