ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ

ପାତ୍ରପୁର : ଖରଣୀପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟାପୀଠ ରେ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ରେଡକ୍ରସ ପତାକା ଉତ୍ଵଳନ କରି ଶିବିରର ଶୁଭାରମ୍ଭ କରିଥିଲେ ଓ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସ୍ ର ସୃଷ୍ଟି ପଛରେ କି ମହତ୍ତ୍ଵ ଲକ୍ଷ୍ୟ ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ l ବରିଷ୍ଟ ଶିକ୍ଷକ ସୁରେନ୍ଦ୍ର ନାଥ ବେହେରା ଛାତ୍ର ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ l ଜେ ଆର ସି ଶିକ୍ଷକ ବିକାଶ କୁମାର ବ୍ରହ୍ମା କାର୍ଯ୍ୟକ୍ରମ ର ସଂଯୋଜନl କରିଥିଲେ l ଏହି ଶିବିରରେ ୪୦ ଜଣ ଛାତ୍ର ଛାତ୍ରୀଙ୍କ ସହିତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.