ଭୋଟର ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର , ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାମଲ ଏବଂ କାର୍ଯ୍ୟଳୟ ସହାୟକ ଶ୍ରୀ ଜିତେନ୍ଦ୍ର ମାର୍ଥା । ୱେବ ପୋର୍ଟାଲ , ସ୍ମାର୍ଟ ଫୋନ ଓ ବୁଥ ସ୍ତରୀୟ ଅଧିକାରୀଙ୍କ ଯରିଆରେ ଭୋଟର ତାଲିକାରେ ପଞ୍ଜୀକରଣ, ସାଂଶୋଧନ ଓ ସ୍ଥାନାତରଣ ଆଗାମି ନିର୍ବାଚନରେ ନୂତନ ଭୋଟରଙ୍କ ଗୁରୁତ୍ବ ଓ ଦାୟିତ୍ବ ବିଷୟରେ ଆଲୋଚନା କରଯାଇଥିଲା । ବିଦ୍ୟାଳୟ ସ୍ତରୀୟ ଭୋଟର କ୍ଲବ ଗଠନ କରିବା ପାଇଁ ଚାରିଜଣ ଛାତ୍ରୀଙ୍କୁ ବଛାଯାଇଥିଲା । ସେମାନେ ହେଲେ ଆୟୀସା ଦିଗାଲ, ସୁନିତା ବାଙ୍କ, ସୁଲଭା ପ୍ରଧାନ ଓ ପ୍ରିୟଙ୍କା ବେହେରା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିବା ସହିତ ଅତିଥିଙ୍କ ପରିଚୟ ଓ ଧନ୍ୟବାଦ ଅର୍ପଣ ଯଥାକ୍ରମେ ଅଧ୍ୟାପକ ଶିବରାମ ବେହେରା ଓ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଦ୍ବାରା କରଯାଇଥିଲା । କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏମ . ବାଳକ୍ରୀଷ୍ଣା ଦୋରା , ବୈକୁଣ୍ଠ ନାଥ ପଣ୍ଡା, ରିତାଞ୍ଜଳି ସାହୁ , ରିନାରାଣୀ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.