ସହିଦ ଦିବସ ପୂର୍ବରୁ ତିନି ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ତିନି ହାର୍ଡକୋର ନକ୍ସଲ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ, ଝିରମ ଘାଟି ଆକ୍ରମଣରେ ତିନିଜଣ ନକ୍ସଲ ମଧ୍ୟରୁ ଜଣେ ସମ୍ପୃକ୍ତ ଥିବା କୁହାଯାଉଛି ଏହି ତିନି ଜଣ ନକ୍ସଲମାନେ ସୁକମା ଏସପିଙ୍କ ନିକଟରେ ଶୁକ୍ରବାର ଦିନ ଆତ୍ମସମର୍ପଣ କରିଛନ୍ତି l ସରକାରଙ୍କ ଦ୍ୱାରା ଦୁଇ ନକ୍ସଲଙ୍କ ଉପରେ ଏକ ଏକ ଲକ୍ଷଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା l ଏହି ନକ୍ସଲମାନଙ୍କ ମଧ୍ୟରେ ପୂର୍ବତନ କଟେକଲ୍ୟାଣ ଏଲଜିଏସ ଡେପୁଟି କମାଣ୍ଡର 3 ଲକ୍ଷ ଇନାମୀ ନକ୍ସଲ ନାମ ଲୋକେଶ ଛଦ୍ମନାମ ହୁଙ୍ଗା ଅନ୍ୟ ଦୁଇ ନକ୍ସଲ ମଧ୍ୟରୁ ଜଣଙ୍କ ନାମ ସନ୍ଦୀପ ମାଡ଼କମ ମହିଳା ନକ୍ସଲ ଧନୀ ଛଦ୍ମନାମ ଦେବେ ବୋଲି ପୋଲିସ ଠାରୁ ସୂଚନା ମିଳିଛି l ସମସ୍ତ ତିନି ଜଣ ନକ୍ସଲଙ୍କୁ ସୁକମା ଏସପିଙ୍କ ଉପସ୍ଥିତରେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ଏହା ସହିତ ଖୁବ ଶୀଘ୍ର ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସୁକମା ପୋଲିସ ପକ୍ଷରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.