ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା ରେ ଯୋଗ ଦେଲେ ଛତ୍ରପୁର ବିଧାୟକ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ସ୍ଥାନୀୟ ସାଇ ଆଙ୍ଗନ ପରିସରରେ ରବିବାର
ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଯୁଗ ଉପଯୋଗୀ ଫୋଟ ଓ ଭିଡିଓ ଗ୍ରାଫି ଏବଂ ଆଧୁନିକ ଧରଣ ଜ୍ଞାନ କୌଶଳ ମାଧ୍ୟମରେ ନୂତନ ଯୁବ ପିଢ଼ି ମାନଙ୍କୁ ଆକୁଷ୍ଠ କରିବା ଭଳି ଫୋଟ ଶୈଳୀ ଉପରେ ମାଗ ଦର୍ଶନ କରିଥିଲେ, ଏହି କର୍ମଶାଳା ରେ ଛତ୍ରପୁର,ବ୍ରହ୍ମପୁର, ଇଚ୍ଛାପୁର, ଗଞ୍ଜାମ ଏବଂ ଆଖପାଖ ଅଂଚଳ ର ଫଟୋଗ୍ରାଫେରମାନେ ଯୋଗଦେଇ ଫୁଜି ଫିଲ୍ମ ର କେମେରା ରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ନେଇଥିଲେ । କର୍ମଶାଳାରେ ଫୁଜି ଫିଲ୍ମ ଇଣ୍ଡିଆ ର ଆସିଷ୍ଟାଣ୍ଡ ରାକେଶ ସୋନି, ଟେକନୋଲିକାଳ ଅଫିସର ଦେବେଶ ପଟ୍ଟନାୟକ, ମେଣ୍ଟର ମିଥୁନ ଜେନା ପ୍ରମୁଖ ଯୋଗ ଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ପ୍ରଦାନ କରିଥିଲେ l
ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏହି କର୍ମଶାଳାରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୀୟ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଛତ୍ରପୁର ଫଟୋଗ୍ରାଫେର ଆସୋସିଏସନର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଉପଦେଷ୍ଠା କାମାକ୍ଷୀ ପ୍ରସାଦ ପଣ୍ଡା ଓ ଲୋକନାଥ ମହାରଣା, ଉପସଭାପତି ପି. ଲଳିତ କୁମାର, ଯୁଗ୍ମ ସମ୍ପାଦକ ବିକ୍ରମ କୁମାର ବେହେରା, କୋଷାଧ୍ୟକ୍ଷ ସି. ହରଗୋପାଳ ଓ ଆସିଷ୍ଟାଣ କୋଷାଧ୍ୟକ୍ଷ ଗିରିଶ ମୋହନ ପାତ୍ରଙ୍କ ସମସ୍ତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.