ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ହୃଦଘାତରେ ବିୟୋଗ…

ଦାରିଙ୍ଗବାଡ଼ି,୧୪/୭, ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ(୫୪)ଙ୍କ ହୃଦଘାତରେ ବିୟୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଯେ ମୃତ ରଞ୍ଜିତା ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହୋଇ ଥିବାରୁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ଗତକାଲି ଚିକିତ୍ସା ଅବସ୍ଥାରେ ହୃଦଘାତ ହୋଇ ମୃତ୍ୟୁ ହୋଇଥିଲାବା ସ୍ୱାସ୍ଥ୍ୟ କେନ୍ଦ୍ର ସୂଚନାରୁ ଜଣା ପଡ଼ିଛି । ଗ୍ରୀଷ୍ମ ଛୁଟିରେ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ଭୁବନେଶ୍ବର ଏମ୍ସସ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇ ଫେରି ବିଦ୍ୟାଳୟ ଖୋଲିବା ପରେ କାର୍ଯ୍ୟରେ ଯୋଗଦେଇ ଥିଲେ । ବୁଧବାର ପୁଣି ସେ ଅସୁସ୍ଥ ହେବା ପରେ ସନ୍ଧ୍ୟାରେ ଡାକ୍ତର ଖାନାରେ ଚିକିଶ୍ଚିତ ହେଉଥିଲେ।

nis-ad
Leave A Reply

Your email address will not be published.