ସଦର ଥାନା ପୋଲିସର ବଡ଼ ସଫଳତା :ନଗଦ ଟଙ୍କା ସହ ଚୋରୀ ସାମଗ୍ରୀ ଉଦ୍ଧାର…

ସଦର ପୋଲିସ ର କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶଂସା କଲେ ଏସ ପି…

ବ୍ରହ୍ମପୁର : ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୧୦ ତାରିଖ ରାତିରେ କୁକୁଡ଼ାଖଣ୍ଡି ଜ୍ୟୋତି ନଗର ନିଵାସୀ ପି. ନାରାୟଣ ରାଓ ଦୋରା ଘରେ କେହି ନଥିବା ସୁଯୋଗ ନେଇ ତାଙ୍କ ଘରୁ ଚୋରି ହୋଇଥିଲା। ସଦର ଥାନା ପୋଲିସ ରାତ୍ର ପେଟ୍ରୋଲଙ୍ଗ କରୁଥିବା ବେଳେ ସେହି ଅଂଚଳରେ ଏଏସ ଆଇ ତ୍ରିପତି ଶବର ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ରେ ଗୋଟେ ମୋଟର ସାଇକେଲ କୁ ଅଟକାଇ ଥିଲେ ପୋଲିସ କୁ ଦେଖି ଉକ୍ତ ବାଇକ ଚାଳକ ନିଜ ବାଇକ ଛାଡି ଦୌଡ଼ି ପଳେଇ ଥିଲା l ଏବଂ ଅନ୍ୟ ଚୋର ମାନେ ମଧ୍ୟ ପୋଲିସ କୁ ଦେଖି ଦୌଡ଼ି ଚାଲି ଯାଇଥିଲେ ପୋଲିସ ଟିମ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ବହୁତ କଷ୍ଟରେ ଧରିବାରେ ସଫଳ ହୋଇଥିଲା l ସୂଚନା ଥାଉକି ଗତ ୧O ତାରିଖ ରେ ହୋଇଥିବା ଚୋରୀ କୁ ନେଇ ସ୍ଥାନୀୟ ସଦର ଥାନାରେ 348/2023 ରେ ଏକ ମାମଲା ପଞ୍ଜିକୃତ ହୋଇଥିଲା ଯାହାକୁ ନେଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏକ ଟିମ ଗଠନ କରି

ଅନୁସନ୍ଧାନ ଜାରି ରଖି ଥିଲେ ଏବଂ ରାତ୍ରୀ କାଳୀନ ପେଟ୍ରୋଲିଙ୍ଗ କୁ କଡା କଡ଼ି କରିଥିଲେ ଯାହା ଫଳରେ ଏହି ସଫଳତା ମିଳିବା ସହିତ ଉକ୍ତ ଚୋରୀ ଘଟଣା ରେ ଲିପ୍ତ ଥିବା ଚୋର ସହ ସମସ୍ତ ଚୋରୀ ସାମଗ୍ରୀ ଓ ଟଙ୍କା ସଦର ପୋଲିସ ଜବତ କରିଛି l ଯାହାକୁ ନେଇ ଵ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକଙ୍କ ତତ୍ୱାବଧାନ ରେ ପୋଲିସ ଉକ୍ତ ଚୋରି ସାମଗ୍ରୀ ପି. ନାରାୟଣ ରାଓ ଙ୍କୁ ହସ୍ତାନ୍ତର କରିଛି। ନିଜ ଚୋରି ହୋଇଥିବା ସାମଗ୍ରୀ ପାଇ ବ୍ରହ୍ମପୁର ଏସପି ଏବଂ ସଦର ଥାନା ପୋଲିସ କୁ ସାଧୁବାଦ ଦେଇଛନ୍ତି ଶ୍ରୀ ରାଓ ଦୋରା।ସେ ଚୋରି ହୋଇଥିବା ୧୫୦ଗ୍ରାମ ସୁନା ଅଳଙ୍କାର, ନଗଦ୧୫ହଜାର ଟଙ୍କା ଫେରି ପାଇଛନ୍ତି। ସଦର ପୋଲିସ ଟିମକୁ ମଧ୍ୟ ସଂମ୍ମାନୀତ କରିଛନ୍ତି ଏସପି ଶ୍ରୀ ବିବେକ l

nis-ad
Leave A Reply

Your email address will not be published.