ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି ନିଜ ନିଜ ବିଭାଗରେ କାର୍ଯ୍ୟ କରୁଛନ୍ତି

ଦାରିଙ୍ଗବାଡ଼ି,(୧୨/୭) : ରାଜ୍ୟ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଦାବୀକୁ ଆଲୋଚନା କରିବା ପାଇଁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ରାଜ୍ୟ ନେତୃତ୍ଵଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇମଧ୍ୟ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟଶାଖାର ଆହ୍ଵାନ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ୍ତ ଥିବା ସବୁ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ତା.୧୦.୦୭.୨୦୨୩ ରିଖଠାରୁ ତା. ୧୫.୦୭.୨୦୨୩ ପର୍ଯ୍ଯନ୍ତ କଳା ବ୍ୟାଚ ଧାରଣକରି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ୧୫ ତାରିଖ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ସହ ୧୭ ତାରିଖରେ ଦିନ ବ୍ଲକର ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସମସ୍ତେ ଏକତ୍ରିତ ହୋଇ ନିଜ ଜିଲ୍ଲାରୁ ବାହାରି ଯାଇ ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବଙ୍କ କାର୍ଯ୍ୟାଳୟ ସାମନାରେ ଏକଦିନିକିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସପ୍ତାହ ସମୟ ସୀମା ମଧ୍ୟରେ ଯଦି ରାଜ୍ୟ ସରକାର ଯୁକ୍ତାତ୍ମକ ନିସ୍ପତି ନନୀୟନ୍ତି ତେବେ ୩୧.୦୭.୨୦୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସ ଭବନରେ ଭେଟିବା ଚାଲ କାର୍ଯ୍ୟକ୍ରମରେ ଯୋଗୋଦେବା କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

nis-ad
Leave A Reply

Your email address will not be published.