ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳାବ୍ୟାଚ ଆଜି ତୃତୀୟ ଦିନରେ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ୍ତ ଥିବା ସବୁ ବର୍ଗର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳା ବ୍ୟାଚ ପରିଧାନ ଆଜି ତୃତୀୟ ଦିନରେ ପହଞ୍ଚି ସାରିଛି | ଜିଲ୍ଲା ଠାରୁ ଆରମ୍ଭ କରି ଗୋଟିଏ ଉପଖଣ୍ଡ ଏବଂ 12 ଗୋଟି ବ୍ଲକରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ କଳା ବ୍ୟାଚ ଧାରଣକରି ସେମାନଙ୍କ ବିଭାଗରେ ଥିବା ତାଙ୍କର ଦୈନଦିନ କାର୍ଯ୍ୟକୁ ସୂଚାରୁରୂପେ ତ୍ୱରାନିତ କରୁଛନ୍ତି ଏବଂ ଏହିପରି ଏହି କଳା ବ୍ୟାଚ କାର୍ଯ୍ୟକ୍ରମ ଆହୁରି ତିନିଦିନ ଧରି ଚାଲିବ ବୋଲି ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ମାର୍ଥା ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି | ଶ୍ରୀ ମାର୍ଥା ଓ ଜିଲ୍ଲା ନେତୃତ୍ଵ ମତ ଦେଇଛନ୍ତି ଏହି କଳା ବ୍ୟାଚ କାର୍ଯ୍ୟକ୍ରମସରିଗଲା ପରେ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ପୁଣି ସେମାନଙ୍କର ତା. ୧୭.୦୭.୨୦୨୩ ରିଖରେ ସେମାନେ ସୁଦୂର କନ୍ଧମାଳ ଜିଲ୍ଲାର ଜିଲ୍ଲା ଅଧୀନରେ ଥିବା ମୁନିସିପାଲିଟି, ଗୋଟିଏ ଉପଖଣ୍ଡ ଓ ସବୁ ବ୍ଲକର ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସମସ୍ଥେ ଏକତ୍ରିତ ହୋଇ ନିଜ ଜିଲ୍ଲାରୁ ବାହାରି ଯାଇ ଓଡିଶାର ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବ ମହୋଦୟଙ୍କ କାର୍ଯ୍ୟ।ଲୟ ସାମନାରେ ଏକଦିନିକିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବ ମହୋଦୟଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାସହ ପୁନର୍ବାର ସରକାରଙ୍କୁ ଏକ ସପ୍ତାହ ସମୟ ଦେବେ |

ଇତି ମଧ୍ୟରେ ସେହି ସମୟସୀମା ଭିତରେ ଯଦି ରାଜ୍ୟ ସରକାର ସେମାନଙ୍କ ପାଇଁ କିଛି ଯୁକ୍ତାତ୍ମକ ନିସ୍ପତି ନେବାସହ ଆଉଟସୋର୍କିଙ୍ଗ ଭଳି କୁଶ୍ଚିତ ପ୍ରଥାକୁ ସାରା ଓଡିଶାରୁ ବିଲୋପ କରି ସେମାନଙ୍କୁ ସ୍ଥାଇ ନିଯୁକ୍ତି ଦେବାପାଇଁ କିଛି ନିସ୍ପତି ଅବଲମ୍ବନ କରନ୍ତି  ଏବଂ ରାଜ୍ୟ ସଂଘର ନେତୃ ବୃନ୍ଦ ଙ୍କ ସହ ଆପୋସ ଆଲୋଚନା କରନ୍ତି ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ୫ଟି ସଚିବ ମହୋଦୟଙ୍କୁ ସୁସ୍ଵାଗତ ଜଣାଇବା ସହ ସାରା ରାଜ୍ୟର ଆଉଟସୋର୍ସିଙ୍ଗ କର୍ମଚାରୀ ସମୂହ ରାଜଧାନୀ ଠାରେ ଏକତ୍ରିତ ହୋଇ ପୁଷ୍ପ ଗୁଚ୍ଛ ଅର୍ପଣ କରିବେ | ରାଜ୍ୟ ସରକାର ସେପରି କିଛିବି ସକରାତ୍ମକ ନିସ୍ପତି ନନିଅନ୍ତୀ  ତେବେ ତେବେ ସେମାନେ ଆଗରୁ ଯାହା ଗଣ ମାଧ୍ୟମକୁ ଜଣାଇଛନ୍ତି ସେହିପରି ଭାବେ ସେମାନେ ତା.୩୧. ୦୭.୨୦୨୩ ରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ତାଙ୍କ ବାସ ଭବନରେ ଭେଟି ବାଚାଲ କାର୍ଯ୍ୟକ୍ରମ ରେ ଯୋଗୋଦେବା ସହ ଯେଉଁ ପର୍ଯ୍ୟନ୍ତ ଓଡିଶାର ୫ଟି ସଚିବ ମହୋଦୟ ଓ ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ସେମାନଙ୍କ ଦାବିଉପରେ କିଛି ସକରାତ୍ମକ ନିସ୍ପତି ଗଣ ମାଧ୍ୟମକୁ ଆସି ନଜଣାଇଛନ୍ତି ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଭେଟିବାଚାଲ କାର୍ଯ୍ୟକ୍ରମ ଜାରିରହିଥିବ ବୋଲି ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସହିତ ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ମାର୍ଥା ଏବଂ ଜିଲ୍ଲାରୁ ନେଉଥିବା ଅନ୍ୟ ନେତୃବୃନ୍ଦ ସୂର୍ଯ୍ୟ ନାରାୟଣ ସାହୁ, ସରୋଜ କୁମାର ନାୟକ, ଡି.ମାନଶ  ଆଚାରୀ, ଦୀପକ ରଥ, ସତ୍ୟ ନାରାୟଣ ପଣ୍ଡା, ବସନ୍ତ ପ୍ରଧାନ, ସୁଶାନ୍ତ  କହଁର, ବିଶ୍ଵ ପ୍ରକାଶ ଜେନା, ଅମ୍ବିକାବାଳା ପାଢୀ ଓ ମଧୁସମିତା ପଟ୍ଟନାୟକ ସହ ବ୍ଲକରେ ବି ନେତୃତ୍ଵ ନେଉଥିବା ସଦସ୍ୟମାନେ ମଧ୍ୟ ସେମାନଙ୍କ ବିବ୍ରୁତି ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.