ସ୍ଵର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୧।୭) : ପ୍ରେସକ୍ଲବ ହିଞ୍ଜିଳିକାଟୁର ପୂର୍ବତନ ସଭାପତି ସ୍ଵର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକୀ ତିରୋଧାନ ଦିବସରେ ମଙ୍ଗଳବାର ଦିନ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଳବ ହିଞ୍ଜିଳିକାଟୁ ସଭାପତି ଦୀତିକୃଷ୍ଣ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ କନିଷ୍ଠ ଓ ବରିଷ୍ଠ ୨୬ ଜଣ ଛାତ୍ର ଛାତ୍ରୀ ,ସରକାରୀ ଏନ୍ ଏ ସି ହାଇସ୍କୁଲ ରେ ୨୫ ଜଣ ଛାତ୍ରଛାତ୍ରୀ ଓ ହିଞ୍ଜିଳିକାଟୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦ ଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଷଷ୍ଠ ଓ ସପ୍ତମ ଶ୍ରେଣୀ କନିଷ୍ଠ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ (ସମାଜ ଗଠନ ରେ ଗଣମାଧ୍ୟମ ର ଭୂମିକା) ଓ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠଙ୍କୁ (ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖବର କାଗଜ ର ଆବଶ୍ୟକତା) ଵିଷୟ ବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ ଓ ଵିଜେଡି ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ ପ୍ରବନ୍ଧ ମୁଲ୍ୟାୟନ କରିଥିଲେ। ଓଡିଶା ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଚାଲିଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ |

nis-ad
Leave A Reply

Your email address will not be published.