ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ମାମଲାରେ ମାଥିଲି ପୋଲିସ ପକ୍ଷରୁ ତଦନ୍ତ ଜାରି

ମାଲକାନଗିରି : ମାଲକାନଗିରି ମାଥିଲିଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଂଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ ପୋଲିସ ସଂନ୍ଦେହ ରେ ଜଣେ ମହିଳା ଙ୍କୁ ଯାଂଚ କରିଥିଲେ । ମହିଳାଙ୍କ ନିକଟରେ ଏକ ବ୍ୟାଗରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ ଅବକାରୀ ଟିମ୍। ଗଂଜେଇ ସହ ସଂପୃକ୍ତ ମହିଳାଙ୍କୁ ମାଥିଲି ସ୍ଥିତ ଅବକାରୀ ଥାନାକୁ ଆଣିଥିଲେ । ତେବେ ରାତି ହୋଇଯାଇଥିବାରୁ ମହିଳା ଙ୍କୁ କୋର୍ଟ ଚାଲାଣ କରାଯାଇ ପାରିନଥିଲା । ସକାଳୁ ମହିଳା ଜଣଙ୍କ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଥିଲା । ମହିଳା ଙ୍କୁ ସଙ୍ଗେସଙ୍ଗେ ମାଥିଲି ସବ ଡିଭିଜିନାଲ ଡାକ୍ତରଖାନା କୁ ଅଣାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଥିଲି ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ। ତେବେ ଏହା କୁ ନେଇ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି |

nis-ad
Leave A Reply

Your email address will not be published.