ମଦପିଇ ଛାତ୍ରାବାସରେ ଗାଳିଗୁଲଜ କରିବା ସହ ପିଲାଙ୍କ ପାଇଁ ଆସୁଥିବା ଛାତ୍ର ବୃତ୍ତି ହଡ଼ପ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି 79 କନିଷ୍ଠ ବିଜ୍ଞାନ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ରଶ୍ମି ରଞ୍ଜନ ରଥ ଓ ଗଣିତ ଶିକ୍ଷକ ନାରାୟଣ ସାହୁ ମଦ ନିଶାରେ ରହି ଶ୍ରେଣି ଗୃହକୁ ଆସିବା ପିଲାଙ୍କୁ ନାନା କୁଭାଷାରେ ଗାଳିଗୁଲଜ କରିବାକୁ ନେଇ ଜିଲ୍ଲାପାଳଙ୍କୁ ମୋବାଇଲ ଯୋଗେ ଅଭିଯୋଗ କରିବା ପରେ ଏବେ ଏ ବାହାରେ ଘଟଣା ପ୍ରଘଟ ହୋଇଛି। ମୋବାଇଲ୍ ଯୋଗେ ଓ ଏମଭି 79 ଗସ୍ତ ସମୟରେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଙ୍କୁ ମଧ୍ୟ ମୌଖିକ ଭାବେ ଛାତ୍ର ମାନେ ଅଭିଯୋଗ ଜଣାଇଥିଲେ। ପିଲାଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ପ୍ରି ମେଟ୍ରିକ୍ ଛାତ୍ର ବୃତ୍ତି ଟଙ୍କା ରୁ 500 ଟଙ୍କା ଲେଖାଏ ଆଦାୟ କରିବା ସହ ଟଙ୍କା ନ ଦେଲେ ପ୍ରାକ୍ଟିକାଲ୍ରେ ମାର୍କ ଦିଆଯିବ ନାହିଁ ବୋଲି ଧମକ ଦେଇଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି।

ଶୈକ୍ଷିକ ବାତାବରଣ ରେ କିଭଲି ନିଶା ରେ ଚୁର୍ ଥିବା ଶିକ୍ଷକ ଶ୍ରେଣି ଗୃହ କୁ ପ୍ରବେଶ କରିଥିଲେ ବା ହଷ୍ଟେଲ ମଧ୍ୟରେ ପ୍ରବେଶ କରିଥିଲେ ଏହାର ଉତ୍ତର ବିଦ୍ୟାଳୟର ଅଧକ୍ଷ ଙ୍କ ପାଖରେ ନ ଥିବା ଏବଂ ଉପରସ୍ତ ବିଭାଗ ଙ୍କୁ ଅଭିଯୋଗ ହୋଇଛି । ବିଭାଗ ଏହାର ତଦନ୍ତ କରୁଥିବା କହିଛନ୍ତି ବିଦ୍ୟାଳୟର ଅଧକ୍ଷ ବିରାଜ ମଜୁମଦାର । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ଯୋଜନା ଓ 5 ଟି ରେ ଶିକ୍ଷା କୁ ଯୋଡା ଯାଇଥିବା ବେଳେ ଏଭଲି ଶିକ୍ଷକମାନଙ୍କ କାର୍ଯ୍ୟକଳାପ ସବୁ ଯୋଜନା କୁ କଟାକ୍ଷ କରୁଛି । PA, ITDA ଓ DWO ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି ଓ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ l

nis-ad
Leave A Reply

Your email address will not be published.