ଭାରତ ର ଏକ ନମ୍ବର ମାନ୍ୟତା ପାଇଥିବା ଆସ୍କା ଥାନା-ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ବିଫଳ,ସାଧରଣ ଜନତାଙ୍କ ଅବସ୍ଥା କଣ…?

ସାମ୍ବାଦିକ ଙ୍କ ଘର ଆଗରେ ଅସାମାଜିକ ଯୁବକଙ୍କ ମଦର ଆସର…


ବ୍ରହ୍ମପୁର:୭-୭ ଭାରତ ସରକାର ଆସ୍କା ଥାନା କୁ ଏକନମ୍ବର ଥାନା ଭାବେ ପୁରସ୍କୃତ କରିଛନ୍ତି।ଯେଉଁ ଥାନାରେ ସାମ୍ବାଦିକ ସୁରକ୍ଷା ନାହାନ୍ତି ସେଠାରେ ସାଧରଣ ଜନତା ଙ୍କ ଅବସ୍ଥା କଣଥିବ ବୋଲି ସାଧରଣ ରେ ଆଲୋଚନା ହେଉଛି।ଗତ ବୁଧବାର ମଧ୍ୟ ରାତ୍ରରେ ଆସ୍କା ସହର ର କେନ୍ଦ୍ରସ୍ଥଳୀ ରେ ଥିବା ସୁବର୍ଣ୍ଣ ପେଟା ସାହି ରେ ରହୁଥିବା ଜନୈକ ସାମ୍ବାଦିକଙ୍କ ବାରଣ୍ଡା ରେ ମଦ୍ୟପ ଯୁବକ ମାନେ ମଦ୍ୟପାନ କରି ଖାଲି ବୋତଲ ରଖିବାସହ ଏକ କୋଲଡ୍ରିଙ୍କ ବୋତଲରେ ପରିଶ୍ରା କରି ରଖିଥିବା ଦେଖିବାକୁ ମିଳିଥିଲା।ଏହି ଘଟଣା ଥାନା ବାବୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହି ଘଟଣା କୁ ସାଧରଣ ରେ ନିନ୍ଦା କରାଯାଇଥିଲା।ଆସ୍କା ସହରରେ ଖୁଲାମ ଖୁଲା ମଦ ବିକ୍ରି ହେଥିବା ଯୋଗୁଁ ମଦୁଆ ମାନେ ନିର୍ଭୟରେ ଯେଉଁଠି ଚାହିଁବେ ସେଠାରେ ମଦର ଆସର ଜମାଉଥିବା ଦେଖିବାକୁମିଳୁଛି।ସଞ୍ଜ ନଇଁଲମଦୁଆ ମାନେ ମେଳି ବାନ୍ଧି ଅନ୍ଧାର ର ସୁଯୋଗ ନେଇ ଲୋକଙ୍କ ଗୃହ ନିକଟରେ ବସି ମଦ୍ୟପାନ କରିବାସହ ନିଶା ରେ ଏହି ଭଳିକାଣ୍ଡ କରୁଥିବା ଦେଖିବାକୁ ମିଳୁଛି।ମଦୁଆ ମାନଙ୍କ ଆଡା ଉପରେ ପୋଲିସ ଚଢ଼ାଉ କରିଲେ ଏହି ଭଳି ପରିସ୍ଥିତି ଦେଖିବାକୁ ମିଳିନଥାନ୍ତା ବୋଲି ସାଧାରଣରେ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.