ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ କୃଷି କ୍ରାନ୍ତିର ଶୁଭାରମ୍ଭ

ଫୁଲବାଣୀ :ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ କୃଷି କ୍ରାନ୍ତି ର ଶୁଭାରମ୍ଭ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିସିପଡା ଗ୍ରାମ ପଞ୍ଚାୟତର ଡୁମୁରିଗୁଡା ଗ୍ରାମରେ
ହୋଇଥିଲା । ଏହିପରି କାର୍ଯ୍ୟକ୍ରମ ଜିଲ୍ଲାର ବାର ଗୋଟି ବ୍ଲକରେ ଏହି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ସକଳି କଂହର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ନାଏବ ସଞ୍ଜୟ ଦିଗାଲ ସହ ୱାଡ଼ ସଭ୍ୟ , ଅଙ୍ଗନବାଡ଼ି କର୍ମୀ, କୃଷି ମିତ୍ର, ଏନଜିଓ ଡିଡବ୍ଲୁସି ସଭ୍ୟ ସିଧେଶ୍ୱର ନାୟକ ଓ ବ୍ଲକ ସଂଯୋଜିକ ଭାରତୀ ରାଓ ଦୁହେଁ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ।ଦ୍ଵିତୀୟ ଚାଷରେ କେମିତି ଲାଭବାନ ହେବେ ସେଥିପାଇଁ ସଚେତନ କରାଯାଇଛି । ସରକାର ଠାରୁ କେମିତି ଠିକ ସମୟରେ ବିହନ ପାଇପାରିବେ ,ଓଡିଶା କୃଷକ ପୋର୍ଟଲରେ କିଭଳି ନାମ ପଞ୍ଜିକରଣ କରାଇ ପାରିବେ ଓ ତାହାର ଲାଭବାନ ହୋଇପାରିବେ ଏହି କାର୍ଯ୍ୟକ୍ରମର ଲକ୍ଷ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.