ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ,: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଔଷଧିୟ ଏବଂ ଛାଇ ଦେଉଥିବା ବୃକ୍ଷ ରୋପଣ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଜ୍ୟୋତି ପ୍ରକାଶ ରଥ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟାପିକା ବିମଳା ପ୍ରଧାନ , ଗୀତାଞ୍ଜଳୀ ଶବର , ସୁଷମା କୁମାରୀ ନାୟକ , ଶ୍ରାବଣୀ ବେହେରା ପ୍ରମୁଖ ମଧ୍ୟ ବୃକ୍ଷରୋପଣ କରିଥିଲେ । ସେହିଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବହୁ ଅନ୍ତେବାସୀ ଓ ଛାତ୍ରୀ ମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବୃକ୍ଷ ରୋପଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ତେଣୁ ବନମହୋତ୍ସବ ଅବସରରେ ପ୍ରତ୍ୟେକ ନାଗରିକ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାହାର ଦାୟତ୍ୱ ନେବା ଉପରେ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ପ୍ରେମାନନ୍ଦ ପାତ୍ର ଏବଂ ୪ ଜଣ ବନ ସୁରକ୍ଷା କର୍ମୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.