ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ…

ମାଲକାନଗିରି : ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲ ର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟ ରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ 7.44 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଥିବାବେଳେ ଏହି ଟଙ୍କା ଦେବା ପାଇଁ ରାଜସ୍ୱ ନିରକ୍ଷକ ଜଣଙ୍କ 25000 ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ର ଏକ ଟିମ ଶ୍ରୀ ସାହୁ ଙ୍କୁ କାବୁ କରିବା ସହ ତଦନ୍ତ ଜାରି ରଖିଛି । ଗୌଡଗୁଡା ପଞ୍ଚାୟତ ରେ ଲାଞ୍ଚ ନେବା ବେଳେ ଏହି ଚଢ଼ାଉ ହୋଇଛି

nis-ad
Leave A Reply

Your email address will not be published.