ଦାରିଙ୍ଗବାଡ଼ିଠାରେ ଆଠଦଫା ଦାବି ନେଇ ଜିଲ୍ଲାସ୍ତରୀୟ ସମିତି ସଭ୍ୟ ,ସଭ୍ୟା ମହାସଂଘର ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପାଷ୍ଟର ଆସୋସିଏସନ ସଭାଗୃହ ଠାରେ ଜିଲ୍ଲା ସମିତି ସଭ୍ୟ ସଭାପତି ବୈଦନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ସମିତି ସଭ୍ୟ,ସଭ୍ୟା ମହାସଂଘ ପକ୍ଷରୁ ଆଠ ଦଫା ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବାରଟି ବ୍ଳକ ଫୁଲବାଣୀ, ଖଜୁରିପଡ଼ା,ଫିରିଙ୍ଗିଆ, ଟିକାବାଲି, ଚକାପାଦ, ଘୁ. ଉଦୟଗିରି, ରାଇକା, କୋଟଗଡ଼, ତୁମୁଡ଼ିବନ୍ଧ,ବାଲିଗୁଡ଼ା, କେ.ନୂଆଗାଁ ଓ ଦାରିଙ୍ଗବାଡ଼ିରୁ ସମିତି ସଭ୍ୟ,ସଭ୍ୟା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଠ ଦଫା ଦାବୀ ଯଥା ୧ .ସରପଞ୍ଚଙ୍କ ଭଳି ସମ୍ବିଧାନିକ ସୁପାରିଶ କ୍ଷମତା ପ୍ରଦାନ କରିବା ୨ . ସରକାରଙ୍କ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାହାର ଚିଠିର ନକଲ ପ୍ରଦାନ କରିବା ୩. ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମିତି ସଭ୍ୟ,ସଭ୍ୟାଙ୍କୁ ସାମିଲ କରିବା ୪ .ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ସଭ୍ୟାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ତିଆରି କରିବା ୫ . ଉନ୍ନୟନ ମୂଳକ କାର୍ଯ୍ୟର ଲେ-ଆଉଟ ଦେବା ସମୟରେ ସମିତି ସଭ୍ୟ, ସଭ୍ୟାଙ୍କୁ ଜଣାଇବା ୬. ରାଜ୍ୟ ଆଥିକ ଅନୁଦାନ ଓ କେନ୍ଦ୍ର ଆଥିକ ଅନୁଦାନରେ ଶତକଡ଼ା ୨୦ ଅଂଶ ଅଧିକାର ଅଛି କିନ୍ତୁ ତାହା ଜଣାଉନାହାନ୍ତି ତାହାର କାର୍ଯ୍ୟକାରୀ କରିବା ୭. ବ୍ଲକ ଅଧ୍ୟକ୍ଷଙ୍କୁ ସମିତି ସଭ୍ୟ ସଭ୍ୟା ଭୋଟ ଦେଇ ନିର୍ବାଚିତ କରୁଛନ୍ତି କିନ୍ତୁ ଅନାସ୍ଥା ପ୍ରସ୍ତାବ ଆଇନ ରେ ଅନ୍ୟ ମାନଙ୍କୁ ବାଦ ଦେଇ ସମିତି ସଭ୍ୟ ସଭ୍ୟାଙ୍କୁ ରଖା ଯିବା । ୮ . ମାସିକ ଭତା ୧୫ହଜାର କୁ ବୃଦ୍ଧି କରିବା ଭଳି ଦାବୀ ନେଇ ବୈଠକ ରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଦାରିଙ୍ଗବାଡିର ସମିତି ସଭ୍ୟ କାଳୀପ୍ରସାଦ ମଳିକ ସଂଯୋଜନ କରିବା ସହ ସମସ୍ତ ଆୟୋଜନ କରିଥିଲେ । ମୁଖ୍ୟ କରି ଆଲୋଚନାରେ ଦାରିଙ୍ଗବାଡ଼ି ବ୍ଳକର ଦାସିଙ୍ଗବାଡ଼ି ସମିତି ସଭ୍ୟା ପ୍ରମିଳା ପ୍ରଧାନ, ରାଇକା ବ୍ଳକର ସମିତି ସଭ୍ୟ ପ୍ରଦୀପ ପ୍ରଧାନ,ସହ ଜୁନୁଷ ଦିଗାଲ ,ଜାନକୀ ମଲିକ, ସାରଦା ପ୍ରଧାନ ,ଧବଳେଶ୍ବର ପାତ୍ର ,ଭାଗ୍ୟବାନ ବେହେରା ,ଅଜିତ କୁମାର ସାହୁ, ପୂର୍ଣ୍ଣିମି ପ୍ରଧାନ ପ୍ରମୁଖ ସମିତି ସଭ୍ୟ ଓ ସଭ୍ୟା ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.