କୃଷକ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶୋଭାଯାତ୍ରା ଓ ଆନ୍ଦୋଳନ

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ବ୍ଲକର ୨୬ ଗୋଟି ପଞ୍ଚାୟତର ସମଗ୍ର ଓଡ଼ିଶା କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ ଓ ଜଙ୍ଗଲ ଅଧିକାର କମିଟି ମହାସଂଘର କର୍ମକର୍ତ୍ତା ଏବଂ ସାଧାରଣ ଜନତା ଯୋଗଦାନ କରି ସରକାରଙ୍କ ବିଭିନ୍ନ ପ୍ରକାର ମାରଣ ନୀତି ଉପରେ ପ୍ରତିବାଦ କରି ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ ଉଦ୍ଦେଶରେ ଏକ ଚୌଦ ଦଫା ଦାବିପତ୍ର ଉମରକୋଟ ତହସିଲଦାର, ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ମହାଶୟଙ୍କୁ ପ୍ରଦାନ କରିଛନ୍ତି | ଗତ ବର୍ଷ ଉମରକୋଟ ବ୍ଲକର କପସା ଭାଟା ସହ ୫ ଖଣ୍ଡ ଗ୍ରାମର ସମ୍ପୂର୍ଣ ମକା ଫସଲ ନଷ୍ଟ କରି ଦିଆଯାଇ ଥିଲା | ସରକାର ଏହାର ତଦନ୍ତ କରି ଏକ FRC କମିଟି ଗଠନ କରିବା ପାଇଁ ତହସିଲଦାର ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ତ୍ୟ ଦିଆଯାଇଥିଲା | କିନ୍ତୁ ଆଜି ସୁଦ୍ଧା FRC କମିଟି ଗଠନ କରାଯାଇ ନାହିଁ, କି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆ ଯାଇନାହିଁ, ପୁନର୍ବାର ଆଉଁ ଥରେ ଛୋଟ ମକା ଗଛକୁ ନଷ୍ଟ କରି ଦିଆଯାଇଛି, ଏହା ଏକ ମର୍ମାନ୍ତୀକ ଦୁଃଖର ବିଷୟ | ଦୀର୍ଘ ୫0 ବର୍ଷ ଧରି ବସଵାସ କରୁ ଥିବା ଲୋକମାନଙ୍କୁ ଆଜି ସୁଦ୍ଧା ଜମି ପଟ୍ଟା ଦିଆ ଯାଇନାହିଁ, କି ଘରବାରି ଜାଗା ଚିହ୍ନଟ କରାଯାଇନାହିଁ | ସରକାର ଏ ଦିଗରେ ତୁରନ୍ତ ତଦନ୍ତ କରି ଲୋକମାନଙ୍କୁ ଜମି ପଟ୍ଟା, ଓ ଘରବାରି ଚିହ୍ନିଟ କରାଯାଉ, ସିର୍ଲିଗୁଡା ବନସୁରକ୍ଷା ସମିତି, ଓ ମୁର୍ତ୍ତୁମା ବନସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ଜମି ଆଇନ ଉଲଂଘନ କରି ବାରମ୍ବାର ବର୍ଷକୁ ବର୍ଷ ଚାଷ ସମୟରେ ଗଣ୍ଡଗୋଳ ଅଶାନ୍ତି କରିବା ସହ ଚାଷୀ ମାନଙ୍କ ଫସଲ ନଷ୍ଟ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ,ନ ହେଲେ ଆଗାମି ଦିନରେ ବଡ଼ ଧରଣର ଅନଶନ ସହ ଆନ୍ଦୋଳନ କରାଯିବ ବଳି ସରକାରୀଙ୍କୁ ଚେତା ବନି ଦେଇଛନ୍ତି |

nis-ad
Leave A Reply

Your email address will not be published.