ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ ଓ ଜଣେ ଗୁରୁତର …


ଉମରକୋଟ ( ୩୦/ ୦୬/୨୦୨୩) ଗତକାଲି ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବାସିନୀ ଠାରେ ଭାରସାମ୍ୟ ସମ୍ବାଳି ନ ପାରି ଏକ ସ୍ବିଫ୍ଟ କାର ଯାହାର ନମ୍ବର OD 24G 4962 ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସୂଚନା ପ୍ରକାରେ ରାଇଘର ବ୍ଲକର ଛତାବେଡା ଗ୍ରାମର ସୁରେଶ ମଣ୍ଡଳ ଅନୁମାନିକ ୪୨ ବର୍ଷ ଓ ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଅନୁମାନିକ ୩୮ ବର୍ଷ ଏବଂ ଉମରକୋଟ ବ୍ଲକର ୨୩ ନମ୍ବର ଅଞ୍ଚଳର ଗୁଡ୍ଡୁ ମିସ୍ତ୍ରୀ ଓ ତାଙ୍କର ସ୍ତ୍ରୀ ସମସ୍ତେ ମିଶି ଜଗଦଳ ପୁର ହସିପିଟାଲକୁ ଚିକିତ୍ସା ହେବା ପାଇଁ ଯାଇ ବିଳମ୍ବିତ ରାତିରେ ନିଜ ଘରେ ଫେରିବା ବାଟରେ ଉମରକୋଟ ବ୍ଲକର ବାସିନୀ ପାଖରେ ଦୁର୍ଘଟଣା ହୋଇ ଏତେ ଜୋରରେ ଏକ ଗଛରେ ପିଟି ହେଲା ଯାହାର ଶବ୍ଦରେ ରାସ୍ତାର ପାଖରେ ଘର, ଦୋକାନୀ ମାନଙ୍କର ନିଦ ଭାଙ୍ଗି ଯାଇଥିଲା କଣ ହେଲା ଭାବି ଆଖ ପାଖର ସମସ୍ତେ ଆସି ଦେଖିବାକୁ ପାଇଲେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ଗଛରେ ପିଟି ହେବା ଫଳରେ କାର ର ଆଗ ଭାଗ ସମ୍ପୂର୍ଣ ନଷ୍ଟ ହୋଇଛି କାର ଭିତରରୁ ଆବାଜ ଶୁଣି ସ୍ଥାନୀୟ ଲୋକ ମାନେ ତୁରନ୍ତ ଉମରକୋଟ ଥାନା ଓ ଆମ୍ବୁଲାନ୍ସକୁ ଖବର ଦେଲା ପରେ ପୋଲିଶ ଆସି କାର ଭିତରେ କେବଳ ଜଣେ ମହିଳା ଙ୍କୁ ଜୀବିତ ଉଦ୍ଧାର କରିଛି ଓ ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠାଇ ଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ନବରଙ୍ଗପୁର ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି l ବାକି ତିନି ଜଣଙ୍କ ପୋଷ୍ଟ ମାଟମ ହେଲା ପରେ ନିଜ ନିଜ ପରିବାର ଵର୍ଗକୁ ସମର୍ପିତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଏହି ଘଟଣାରେ ଏକ ଦୁଃଖପୂର୍ଣ ବାତାବରଣ ଓ ଶୋକର ଛାୟା ଅଞ୍ଚଲେ ଖେଳି ଯାଇଛି…

nis-ad
Leave A Reply

Your email address will not be published.