ଜଗନ ମହାପାତ୍ରଙ୍କ ବିୟୋଗରେ ଉତ୍କଳ ସମ୍ବାଦିକ ସଙ୍ଘ ପକ୍ଷରୁ ଶୋକସଭା

ମାଲକାନଗିରି : ଆଜି ବରିଷ୍ଟ ସାମ୍ବାଦିକ ତଥା ସକାଳ ଖବର କାଗଜର ବ୍ରହ୍ମପୁର ଜୋନାଲ ମୁଖ୍ୟ ଡ.ଜଗନ ମହାପାତ୍ରଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଏହି ଶୋକାକୁଳ ଖବର ବିଜୁଳି ଗତିରେ ଚାରିଆଡେ ପ୍ରଚାରିତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ବର୍ଗ ଯଥା ସାମ୍ବାଦିକ, ରାଜନୀତିଜ୍ଞ, ବୁଦ୍ଧିଜୀବୀ ଏବଂ ସାଧାରଣ ବର୍ଗରେ ଶୋକର ଛାୟା ଖେଳି ଯାଇଛି । କେହି ମଧ୍ୟ ଏହି ଖବର କୁ ଗ୍ରହଣ କରି ପାରୁନଥିବା ବେଳେ ସ୍ଵର୍ଗତ ଜଗନ ମହାପାତ୍ରଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଶୋକାକୁଳ ପରିସ୍ଥିତିରେ ସ୍ଵର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ଉତ୍କଳ ସମ୍ବାଦିକ ସଙ୍ଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ସଂଘର ଅନେକ ସଦସ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସ୍ଵର୍ଗତ ମହାପାତ୍ରଙ୍କ ଫୋଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ୨ମିନିଟର ନୀରବ ପ୍ରାର୍ଥନା କରିଥିଲେ । ଏହିପରି ଦୁଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସାହା ହୁଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ । ଉପସ୍ଥିତ ସାମ୍ବାଦିକ ମାନେ ସ୍ଵର୍ଗତ ମହାପାତ୍ରଙ୍କ ସ୍ମୁତି ଚାରଣ କରିବା ସହ ପ୍ରକାଶ କରିଥିଲେ ଯେ, ସେ ଜଣେ ସଚୋଟ, ନିର୍ଭୀକ ସାମ୍ବାଦିକ ଥିବାବେଳେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ନିଜ କଲମ ମୁନରେ ସଂଘର୍ଷ ଜାରି ରଖିଥିଲେ । ବର୍ତ୍ତମାନ ସେ ଦୈନିକ ଅଗ୍ରଣୀ ଖବର କାଗଜ ସକାଳରେ ଜୋନାଲ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ସେ ଅନେକ ଖବର କାଗଜରେ ମଧ୍ୟ କାର୍ଯ୍ୟ କରିଥିଲେ ।

nis-ad
Leave A Reply

Your email address will not be published.