ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଯୁବକ ନିଖୋଜ ,ପ୍ରଶାସନ ନୀରବ ଦ୍ରଷ୍ଟା

ଫାଣ୍ଡି ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ମା ଆଖିରୁ ଶୁଖୁନି ଲୁହ….!


କୁଆଁରମୁଣ୍ଡା– ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଳକ ଅଂଚଳ ରେ ଛୋଟ ବଡ ମିଶି ପାଖାପାଖି ୪୦ରୁ ଉର୍ଧ କଳକାରଖାନା ଗଢି ଉଠିଥିବା ବେଳେ ଏହି ଅଂଚଳ ର ଯୁବକ ଯୁବତୀ ମାନେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ହୋଇ ଯିବା ଏଠାକାର ପ୍ରଶାସନ ର ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ଘଟଣା କୁ ନେଇ ଥାନାରେ ଅଭିଯୋଗ ସତ୍ୟେ ଏଠାକାର ପୋଲିସ ପ୍ରଶାସନ ର ନୀରବତା ପ୍ରମାଣ କରୁଛି । ଲୋକଙ୍କୁ ସେବା ଯୋଗାଇବା କୁ ନେଇ କେତେ ତତ୍ପରତା, ଘଟଣାଟି ଘଟିଛି କୁଆଁରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମର ଚମ୍ପା ଏକ୍କା(୩୨) ନାମକ ଜନୈକ ଯୁବକ ଗତ ୧୪ ମାସ ହେଲା ଜନୈକ ଠିକାଦାର ଙ୍କ ସହିତ ପଡୋଶୀ ରାଜ୍ଯ ଛତିଶଗଡର ରାୟଗଡ ସହରକୁ ଦାଦନ ଶ୍ରମିକ ଭାବେ ସାଙ୍ଗ ମାନଙ୍କ ସହିତ ଯାଇଥିଲେ । କିଛିଦିନ କାମ କରିଥିବା ପରେ ହଟାତ କାମ ସ୍ଥଳରୁ ନିଖୋଜ ହେବା ଘଟଣା ସମଗ୍ର ଗ୍ରାମବାସୀଙ୍କୁ ଚକିତ କରିଛି । ଯୁବକ ଜଣକ ନିଖୋଜ ହେବାର ଜାଣିବା ପରେ ଯୁବକଙ୍କ ମାଆ କୁଆଁରମୁଣ୍ଡା ଫାଣ୍ଡିରେ ଏତଲା ଦେବାକୁ ଯାଇ ଥିଲେ ।କିନ୍ତ ଦୁଃଖ ର ବିଷୟ ଫାଣ୍ଡି ଅଧିକାରୀ ଶ୍ରୀ ଶାମଲାଲ ଓରାମ ଏତଲା କୁ ଗ୍ରହଣ ନକରି ଫେରାଇ ଦେଇ ଥିବା ଘଟଣା ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ସହିତ ପୋଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏ ବିଷୟ ନେଇ ଫାଣ୍ଡି ଅଧିକାରୀଙ୍କୁ ଆମ କୁଆଁରମୁଣ୍ଡା ପ୍ରତିନିଧି ପଚାରି ବୁଝିବାରୁ ଫାଣ୍ଡି ଅଧିକାରୀ ଏହାକୁ ଅତି ହାଲକା ଭାବେଏଡାଇ ଦେଇ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ଯ ଯେ ବିଶେଷ ସୂତ୍ରରୁ ଖବର ମିଳିଛି କୁଆଡ଼େ ସେ ସମ୍ପୃକ୍ତ ଠିକାଦାର ର ପୋଲିସ ପ୍ରଶାସନ ହାତ ବାରିସ ସାଜି ମୋଟା ଅଙ୍କର ହାତ ଗୁଞ୍ଜା ନେଇ ନିଖୋଜ ଯୁବକଙ୍କ ମାଆ ଓ ଜନସାଧାରଣଙ୍କୁ ବୋକା ବନେଇ ଚାଲିଛି,ଯାହାକି ବୁଦ୍ଧଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି, ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି ଯଦି ଆଗାମୀ ଦିନରେ ପୋଲିସ ପ୍ରଶାସନ ଯୁବକ ର ମା କୁ ନ୍ୟାୟ ନଦିଅନ୍ତି ତେବେ ପୋଲିସ ପ୍ରଶାସନ ବିରୋଧ ରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ରେ ଚେତାବାଣୀ ଦେଇଛନ୍ତି..

nis-ad
Leave A Reply

Your email address will not be published.