କୋଟିଆ ଉପରେ ସରକାର ଠୋସ ପଦକ୍ଷେପ ନିଅନ୍ତୁ !  

ଫୋକସ  ଓଡିଶା ମାସିକ ଆଲୋଚନା ଚକ୍ର 

ଭୁବନେଶ୍ୱର (ଜୁନ 27) : ରାଜ୍ୟର ସୀମାବର୍ତ୍ତୀ କୋଟିଆ ଗାଁ ସମୂହ କୁ ତୁରନ୍ତ ନିଜ ରାଜସ୍ବ ସୀମା ଭିତରକୁ ଆଣି ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ବନ୍ଦ କରିବା ଉଛିତ ବୋଲି ସାମାଜିକ ସଂଗଠନ ଫୋକସ ଓଡ଼ିଶା ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଠ ଅଥିତି ଓ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l

ଭୁବନେଶ୍ୱରସ୍ଥ ବ୍ରହ୍ମାନନ୍ଦ ଭବନ ଠାରେ ଅନୁଷ୍ଠିତ ଦ୍ଵିତୀୟ ମାସିକ ଆଲୋଚନା ଚକ୍ର ରେ ଭଗନେଇ ଗବେଷକ ଅନିଲ ଧୀର କହିଲେ ଯେ କୋଟିଆରେ ଏକ ପୁରୁଣl ପୋଷ୍ଟ ଅଫିସ ଓଡିଶା ପିନ କୋଡ ନମ୍ବର ରେ ଥିବ ଜଣା ଯାଇଛି, ସେହିଭଳି  ଭାବେ ସେଠାର ଲୋକ ଓଡ଼ିଆ ଭାଷାରେ କଥୋପକଥନ କରନ୍ତି ଓ ଓଡ଼ିଆ ସାମାଜିକ ସାଂକୃତିକ ଭାବଧାରା ସାଙ୍ଗରେ ସଂଶ୍ଲିଷ୍ଟ, ତେଣୁ ସେମାଙ୍କୁ ଓଡିଶା ରାଜ୍ୟର ବିକାଶ ଧାରାରେ ସାମିଲ କରିବା ସମୟ ଆସିଛି l କୋଟିଆ ଅଂଚଳରେ କେତେକ ମୂଲ୍ୟବାନ ଖଣିଜ ଥିବ ଲୋଭା କରି ଓ ନିକଟସ୍ତ ବିଧାୟକ ନିଜର ପ୍ରଭାବ ବିସ୍ତାର କରିବା ଓଡିଶା ଅଂଚଳରେ ପାଇଁ ଏଭଳି ଅନୁପ୍ରବେଶ କରୁଛନ୍ତି ବୋଲି ଆଲୋଚନରେ ଭlଗନେଇ ସର୍ବଶ୍ରୀ ବିରଞ୍ଚି ନାରାୟଣ ଦାସ, ଆର୍ଯ୍ୟ ସମାଜ ସଭାପତି ଡ଼କ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମାଡ୍ରାସ ଓଡ଼ିଆ ସମାଜ ସହ ସମ୍ପାଦକ ବିଶ୍ୱଜିତ କାନୁନଗୋ,  ସମାଜସେବୀ ସୁବାସ ପଣ୍ଡା,  ଶ୍ରୀମତୀ ରୋଜାଲିନ ପଟ୍ଟନାୟକ ଓ ଶ୍ରୀମତୀ ଉଷାରାଣୀ ବେହେରା ପ୍ରମୁଖ ମତ ଦେଇଥିଲେ l

ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ ଙ୍କ ଆବାହକତ୍ୱରେ ସଂଗଠିତ ଏହି ଆଲୋଚନା ଚକ୍ରରେ ରେରା ର ପ୍ରଶାସନିକ ସଭ୍ୟ ତଥା  ଅବସରପ୍ରାପ୍ତ ଆ ଏ ଏସ ପ୍ରଦୀପ କୁମାର ବିଶ୍ୱାଳ ସହର ମାନଙ୍କରେ ଫ୍ଲାଟ ଘର ଓ ଜମି ନେଇ ଥିବ ଆଇନ କାନୁନ ବ୍ୟବସ୍ଥା ଓ ବିଲଡର ଶୋଷଣରୁ ରକ୍ଷା ପାଇବା ପାଇଁ ସରକାରୀ ନିୟମ ସମ୍ପର୍କ ରେ ବକ୍ତ୍ୟବ ରଖିଥିଲେ l

ଏ ଅବସରରେ  ରାଜ୍ୟରେ ସୃଷ୍ଟି ହୋଇଥିବା ବିଦ୍ୟୁତ ସଂକଟର ସ୍ଥାୟୀ ସମାଧାନ ସମ୍ପର୍କିତ ଏକ ରିପୋର୍ଟ ରାଜ୍ୟ ଉପୋଭୋକ୍ତା ସମିତି ସଭାପତି ରଣେଶ ଶତପଥି ଉପସ୍ଥାପନା କରିଥିଲେ l

ବିଶିଷ୍ଟ ନାରୀ କବି ଶ୍ରୀମତୀ ରୁନା ପଣ୍ଡା ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଭଜନ ଗାନ କରିଥିବାବେଳେ ଡ଼କ୍ଟର ବିନୟ ଭୂଷଣ ଜେନା ଆଲୋଚନା ର ନିର୍ଝlସ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ l

ସଭାପତି ପ୍ରାରମ୍ଭରେ ବାହାନଗା ରେଲ ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା l

nis-ad
Leave A Reply

Your email address will not be published.