ଜନସଙ୍ଘ ପ୍ରତିଷ୍ଠାତା ଡ଼ଃ.ଶ୍ୟାମାପ୍ରସାଦ ମୁଖର୍ଜୀଙ୍କର ବଳିଦାନ ଦିବସ ପାଳନ

ସୁନ୍ଦରଗଡ ( ୨୩.୦୬) : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସଦରମହକୁମାସ୍ଥିତ ଭୋଜପୁର ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଭାରତର ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ଜନନାୟକ, ଶିକ୍ଷାବିତ, ପ୍ରଖ୍ୟାତ ରାଷ୍ଟ୍ରବାଦୀ, ଜନସଂଘର ପ୍ରତିଷ୍ଠାତା ଡ଼ଃ.ଶ୍ୟାମାପ୍ରସାଦ ମୁଖର୍ଜୀଙ୍କର ବଳିଦାନ ଦିବସ ପାଳନ ହୋଇଥିଲା । ଏହି ବଳିଦାନ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ସମ୍ମାନିତ ଅତିଥି ଭାବରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ର ବରିଷ୍ଠ ନେତା ଭେଷଜ ରଥ, ଜିଲ୍ଲା ସ୍ୱଚ୍ଛଭାରତ ସଂଯୋଜକ ସୁରେନ୍ଦ୍ର ସ୍ଵର୍ଣ୍ଣକାର ପ୍ରମୁଖ ଯୋଗଦେଇ ଡ଼ଃ.ମୁଖର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ । ମୁଖ୍ୟ ଅତିଥି ଶ୍ରୀଭୋଇ ,ସମ୍ମାନିତ ଅତିଥି ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ ଟେଟେ ସମେତ ମଂଚ।ସିନ ଅତିଥି ବୃନ୍ଦ ଡ଼ଃ.ମୁଖର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆଜିର ସମାଜକୁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅମୀର କୁମାର ନାଏକ, ଜିଲ୍ଲା ସମ୍ପାଦକ ଆଶିଷ ପଟେଲ ,ପୂର୍ବତନ ନଗର ମଣ୍ଡଳ ସଭାପତି ଅଶୋକ ସାହୁ ,ଧ୍ରୁବଚରଣ କାଲୋ, ଉମେଶ ପଟେଲ, ଯୁବନେତା ରାଜ ଭଟାଚାର୍ୟ ଓ ସୁଶୀଳ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅନୁରୂପ ଭାବରେ ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର, ସୁନ୍ଦରଗଡ଼ ଏବଂ ତଳସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳ, ପଂଚାୟତ ଏବଂ ବୁଥ ସ୍ତରରେ ବଳିଦାନ ଦିବସ ପାଳନ କରାଯାଇଥିଲା ।

nis-ad
Leave A Reply

Your email address will not be published.