ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀ ଡିଏଫଓଙ୍କୁ ଭେଟି ଶବଦାହ ପାଇଁ କାଠ ସଂରକ୍ଷିତ ରଖିବାକୁ ଦାବି ଜଣେଇଲେ

ସୁନ୍ଦରଗଡ଼ (୨୨/୦୬) : ସୁନ୍ଦରଗଡ଼ରେ ଜାଳେଣି କାଠର ଦେଖା ଦେଇଥିବା କୁତ୍ରିମ ଅଭାବ ଏପରି କି ଅନେକ ସମୟରେ ମୃତକଙ୍କ ଶବଦାହ ପାଇଁ ମଧ୍ୟ୍ୟ କାଠ ନ ମିଳିବାରୁ ଲୋକେ ଶବକୁ ମାଟି ଖୋଳି ପୋତିବା ମାଧ୍ୟମ ଆପଣେଇ ଥିବା ଖବର ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ଜାଣିବାପରେ ଆଜି ତାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମୀରାସେ (ଭା.ବ.ସେ )ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ଲୋକେ ଶବ ଦାହ କରିବା ପାଇଁ କାଠ ନ ପାଇ କିପରି ଦୁଃଖ ଏବଂ ଅଭାବନୀୟ ପରିସ୍ଥିତିର ସମ୍ବୁଖୀନ ହେଉଛନ୍ତି ତାହା ଜଣେଇ ଥିଲେ ।

ସ୍ୱର୍ଗଦ୍ୱାର ପାଖରେ ଥିବା ସରକାରୀ କାଠ ଗୋଦାମରେ କାମ କରୁଥିବା କର୍ମଚାରୀମାନେ ଶବ ଦାହ ପାଇଁ କାଠ ସଂରକ୍ଷିତ ନ ରଖି କେବଳ ବ୍ୟବସାୟୀ ମାନଙ୍କୁ ବିକ୍ରି କରି ଦେଉଥିବାରୁ ଆଜି ସୁନ୍ଦରଗଡ଼ରେ ଏପରି ଅବସ୍ଥା ବୋଲି ଉଦବେଗ ପ୍ରକାଶ କରିଵା ସହିତ ଆଜିଠୁ କେବଳ ମୃତକଙ୍କ ଶବ ଦାହ କରିବା ପାଇଁ କାଠ ଗୋଦାମରେ ସବୁବେଳେ ତିରିଶ (୩୦) କୁଇଣ୍ଟାଲ କାଠ ସଂରକ୍ଷିତ ରଖିବା ପାଇଁ ସୁନ୍ଦରଗଡ଼ ବିଜେଡି ତରଫରୁ ଦାବି କରିବା ସହିତ ଏକ ଦାବିପତ୍ର ପ୍ରତିନିଧି ମଣ୍ଡଳୀ ଦେଇଥିଲେ । ଦାବି ଗୁଡିକ ଶୁଣିବା ପରେ ଡିଏଫଓ ବହୁତ ଦୁଃଖ ପ୍ରକାଶ କରିବା ସହିତ ଏପରି ପରିସ୍ଥିତି ଆଉ ହେବ ନାହିଁ ବୋଲି ନିର୍ଭର ପ୍ରତିଶୃତି ଦେବା ସହିତ ଆମ କାଠ ଗୋଦାମ ପାଇଁ କୌଣସି ସ୍ଥାୟୀ ଜାଗା ନ ଥିବାରୁ ବର୍ତ୍ତମାନ ରିଜର୍ଭ ଖେଳପଡିଆ ପାଖରେ କାଠ ଗୋଦାମ ଲାଗି ଜାଗା ଚିହ୍ନଟ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହା ଶୁଣିବା ପରେ ଯେହେତୁ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ରାଣିବଗିଚା ବାଇପାସ ଏବଂ ୱାର୍ଡ ନମ୍ବର ୩ ଠାରେ ଗୋଟିଏ ଏବଂ ସରକାରୀ କଲେଜ ବ୍ରିଜପାଖରେ ଗୋଟିଏ ଲେଖାଏଁ ଶବଦାହ ସ୍ଥାନ ଥିବାରୁ କାଠ ଗୋଦାମକୁ ସହର ମଧ୍ୟ୍ୟରେ ଥିବା ଖାଲି ସରକାରୀ ଜାଗାରେ କରିବା ପାଇଁ ଆମେ ଜିଲ୍ଲାପାଳଙ୍କ ଆଲୋଚନା କରିବୁ ବୋଲି କହିଥିଲେ।ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କାଉନସିଲର ଅନିଲ ମହାପାତ୍ର, କାଉନସିଲର ସୁମନ୍ତ ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୋପବନ୍ଧୁ ମହାନ୍ତି,କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର, ତ୍ରିଲୋଚନ କାକ,ନରଦୀପ ସିଂ, ଆଲୋକ ବେହେରା ଏବଂ ସଂଜୁ ସାହୁ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.