ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଯୁବକ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି ୩ ପଞ୍ଚାୟତ ଅଧୀନସ୍ତ ସିତାଗନ୍ଧୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି । ଗତ୧୯ତାରିଖ ସୋମବାର ଦିନ ସନ୍ଧ୍ୟା ପ୍ରାୟ ୮ଘଟିକା ସମୟରେ ସୀତାଗନ୍ଧି ଗ୍ରାମରେ ରହୁଥିବା ଲଇଖନ ଖରା ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମରେ ରହୁଥିବା ରଘୁ ହନ୍ତାଳଙ୍କ ପୁଅ ଧନେଶ୍ୱର ହନ୍ତାଳ (୨୪) ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଲଇଖନକୁ ରାସ୍ତାରେ ଏକୁଟିଆ ପାଇ ତାଙ୍କୁ ସେଠାରେ ମାଡ଼ ମାରିବା ସହ ଗାମୁଛାରେ ତାଙ୍କ ବେକକୁ ଭିଡି ହତ୍ୟା କରିବା ପରେ ଲଇଖନଙ୍କ ମୃତ ଶରୀରକୁ ନିକଟରେ ଥିବା ମୁହୁଲ ଗଛ ତଳେ ପକାଇଦେଇଥିବା ଘଟଣା ସମ୍ପର୍କରେ ଅଭିଯୋଗ ନେଇ ଲଇଖନ ଖରା ଙ୍କ ପୁତୁରା ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ । ଉକ୍ତଏତଲା କୁ ଭିତ୍ତି କରି ଥାନା ରେ ଏକ ମାମଲା ୧୯୬/୨୩ରୁଜୁ କରି ଓର୍କେଲ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଏସ ଆଇ ଗୌତମ ହରିଜନ ଏ ଏସ ଆଇ ଅଜିତ କୁମାର ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲଇଖନଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଲଇଖନର ମର ଶରୀରଙ୍କୁ ହସ୍ତାନ୍ତର କରିଥିଲେ ।ଏହିଘଟଣାରେ ସଂପୃକ୍ତ ଥିବା ଧନେଶ୍ୱର ହନ୍ତାଳ ଙ୍କୁ ଦଫା୩୦୨ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ତିନି ବର୍ଷ ପୂର୍ବେ କୌଣସି କାରଣରୁ ଧନେଶ୍ୱର ହନ୍ତାଳଙ୍କ ସ୍ତ୍ରୀ ଓ ପିଲାଙ୍କର ମୃତ୍ୟୁ ହୋଇଥିଲା । ତେବେ ଉକ୍ତ ଗ୍ରାମର ଲଇଖନ ଖରା ଗୁଣିଗାରେଡି କରିଥିବା ଯୋଗୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଧନେଶ୍ୱର ହନ୍ତାଳ ପ୍ରତିଶୋଧ ନେବାପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି କିଛି ଅଞ୍ଚଳବାସୀ ମଧ୍ୟରେ ଆଲୋଚନା ହେଉଥିବା ଜଣାପଡିଛି।ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଜାରୀ ରହିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୋଲିସର ତଦନ୍ତ ସରିବା ପରେ ହତ୍ୟାକାଣ୍ଡ ର ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ କହିଛନ୍ତି।

nis-ad
Leave A Reply

Your email address will not be published.