ସୁସ୍ଥ ଜୀବନ ପାଇଁ ଯୋଗ ଏକ କଳା ଓ ବିଜ୍ଞାନ ଅଟେ

ଫୁଲବାଣୀ : ବିଶ୍ଵ ଯୋଗ ଦିବସ ଅବସରରେ କନ୍ଧମାଳ ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ପରିସରରେ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ର ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧିବକ୍ତା ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଯୋଗ ଶିକ୍ଷକ ଭାବେ କୁନୁ ଭୋଇ ପରିଚାଳନା କରିଥିଲେ l

ଉପସ୍ଥିତ ଅତିଥି ମାନେ ଯୋଗ ଦିବସ ର ମହତ୍ତ୍ଵ ଓ ଏହା ସୁସ୍ଥ ଜୀବନ ପାଇଁ କଳା ଓ ବିଜ୍ଞାନ ଅଟେ ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆର ଏସ ଏସ ର ସମସ୍ତ ସଦସ୍ୟଙ୍କ ସମେତ ୭୦ ଉର୍ଦ୍ଧ ଜନ ସାଧାରଣ ଯୋଗ ଦେଇଥିଲେ l ଶେଷରେ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଧନ୍ଯବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.