ମହା ଆଡମ୍ବରରେ ସମାପନ ହେଲା ଉମରକୋଟ ରଥଯାତ୍ରା

ଉମରକୋଟ (୨୦/୦୬) : ଉମରେକାଟ ଠାରେ ଉମରକୋଟ ଜଗନ୍ନାଥ ମନ୍ଦିର କମିଟି ତତ୍ତାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ସମାପନ ହୋଇଛି | ଏଥିରେ ଉମରକୋଟ ସହରର ସମସ୍ତ ପ୍ରଶାସନ ବିଭାଗ ଠାରୁ ଆରମ୍ଭ କରି ସାଧାରଣ ଜନତା ସହଯୋଗ କରିଛନ୍ତି | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ କୀର୍ତନ ସହ ମାତି ଯାଇଥିଲେ ଭକ୍ତ ଏବଂ ଶ୍ରଦ୍ଧାଳୁଗଣ | କିଛି ଦିନ ଧରି ଭୀଷଣ ଖରା, ଏବଂ ପ୍ରଚଣ୍ଡ ଗରମ, ସମସ୍ତଙ୍କ ମୁଣ୍ଡରେ ଥିଲା ବହୁତ ଚିନ୍ତା | ଏତେ ଗରମରେ କେମିତି ହେବ ରଥ ଯାତ୍ରା | କିନ୍ତୁ ଭକ୍ତ ମାନଙ୍କର ଆକୁଳ ନିବେଦନରେ ମହାପ୍ରଭୁ ସନ୍ତୁଷ୍ଟି ହୋଇ ଆକାଶକୁ ମେଘାଛନ୍ନ କରିବା ସହ ପୁଷ୍ପ ବର୍ଷା କଲେ ଭକ୍ତ ମାନଙ୍କ ଉପରେ | ନାହିଁ ଆଉ ଗରମ, ନାହିଁ ଆଉ ଖରା, ସୁନ୍ଦର ପରିବେଶ ଦେଇ ସମାପନ ହେଲା ରଥ ଯାତ୍ରା | ହଜାର ହଜାର ଭକ୍ତ ପୂଜା କରିବା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲେ |

nis-ad
Leave A Reply

Your email address will not be published.