ହିଞ୍ଜିଳିକାଟୁ : ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି, ହିଞ୍ଜିଳିକାଟୁ ପୌରପରିଷଦ ବଡ ରଙ୍ଗୁଣି ସାହି ଓ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସକାଶେ ହିଞ୍ଜିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉଙ୍କ ନୀତିକାନ୍ତି ଭୋର ୪ ଟା ବେଳେ ପୂଜା ଆରମ୍ଭ ହୋଇଥିଲା ମଙ୍ଗଳ ଆଳତି, ଅବକାଶ, ବଲ୍ଲଭଭୋଗ, ରୋଷହୋମ, ସୂର୍ଯ୍ୟପୂଜା ଆଦି ସମାପନ ହୋଇଥିଲା । ପୂର୍ବାହ୍ନ ୧୦ ଟାରେ ଖେଚୁଡ଼ି ଭୋଗ ଲାଗିବା ପରେ ମଇଲମ ଓ ଟାହ୍ୟାଲାଗି ହୋଇଥିଲା । ତିନି ମନ୍ଦିରର ରଥ ପ୍ରତିଷ୍ଠା କରିବା ପରେ ଦିନ ୧୨ ଟାରେ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା ।

ରଥରେ ଠାକୁରମାନଙ୍କୁ ବେଶଭୂଷାରେ ବିମଣ୍ଡିତ କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ଓ ଜୋଗାର୍ପଣ କରିବାର ସୁଯୋଗ ମିଳିଥିଲା । ପରେ କାଟୁ ରାଜା ସାହେବ ଶ୍ରୀ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ଉତ୍କଳ କଳା , ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ତଥା ପାରମ୍ପରିକ ରୀତିନୀତିକୁ ବଞ୍ଚାଇ ରଖିଛନ୍ତି ଭଞ୍ଜ ପରିବାରର ମହାରାଜା ରଥରେ ଛେରାପହଁରା କରିଥିଲେ । ସନ୍ଧ୍ୟା ପ୍ରାୟ ୭ ଟାରେ ପ୍ରଶାସନର ଅଢୁଆଳରେ ପାବନଶ୍ରୀକ୍ଷେତ୍ର ରଥ ଏନ ହେଚ ୫୯ ରୋଡ ଉପରେ ଵଈଁଚବଣିଆ ଛକ ଠାରୁ ରଥ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିସରରେ ହୋଇଥିବା ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିକଟରେ ରଥ ପହଂଚିଥିଲା । ଏହି ସମୟରେ ଏନ ହେଚ ୫୯ ଲୋକାରଣ୍ୟ ହୋଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏପରିକି ଆମ୍ବୁଲାନ୍ସ ସେବା ରାସ୍ତା ଅବରୋଧ ହୋଇ ଅଟକି ରହିଥିଲା।ପୋଲିସ ପହଞ୍ଚି ଆମ୍ବୁଲାନ୍ସ ରାସ୍ତା ଅବରୋଧ ହଟାଇଥିଲା। ସ୍ଥାନୀୟ ବ୍ଲକର ବୃତ୍ରପୋଡ଼ା, ସରୁ କଞ୍ଚୁରୁ ,ଦୁର୍ଵନ୍ଧ ସମେତ ବିଭିନ୍ନ ଗ୍ରାମରେ ରଥଯାତ୍ରା ମହାଆଡମ୍ଵର ସହକାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ କୁନି କୁନି କୋମଳମତି ଶିଶୁମାନଙ୍କୁ ଛୋଟିଆ ରଥ ଟଣା ହେବା ହିଞ୍ଜିଳିକାଟୁ ରେ ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.