ବିଭତ୍ସ ଅବସ୍ଥାରେ ୫୭ ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର : ଜଣେ ଅଟକ

ମାଲକାନଗିରି/ବାଲିମେଳା : ସାମ୍ପ୍ରତିକ ସମୟରେ ଅଧିକ ସଂଖ୍ୟକ ଅସ୍ବାଭାବିକ ମୃତ୍ୟୁ ସାମ୍ନାକୁ ଆସୁଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାର ଚିତାପାରୀ – ୩ ପଞ୍ଚାୟତ ଅନ୍ତର୍ଗତ ସୀତାଗନ୍ଧି ଗାଆଁରୁ ସାମ୍ନାକୁ ଆସିଛି । ଉକ୍ତ ଅଂଚଳରୁ ସନ୍ଦେହଜନକ ଅବସ୍ଥାରେ ଗତକାଲି ବିଳମ୍ୱିତ ରାତିରେ ମିଳିଛି ଜଣେ ବୃଦ୍ଧଙ୍କ ମୃତ ଦେହ । ଖବର ପାଇ ଓରକେଲ୍ ଥାନାରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ମୃତକ ଜଣକ ସୀତାଗନ୍ଧି ଗାଁର ହିଁ ୫୭ ବର୍ଷୀୟ ବୃଦ୍ଧ ଲଇଖନ୍ ଖରାଙ୍କ ବୋଲି ଜଣା ପଡିଛି । ତେବେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ଘଟଣାକୁ ନେଇ ଉକ୍ତ ଗ୍ରାମର ରଘୁ ହନ୍ତାଳଙ୍କ ୨୫ ବର୍ଷୀୟ ପୁଅ ଧନେଶ୍ଵର ହନ୍ତାଳଙ୍କୁ ଆଣି ଥାନାରେ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ସହ ଘଟଣାକୁ ନେଇ ଓରକେଲ୍ ପୋଲିସ୍ ପକ୍ଷରୁ କେସ ନଂ UD-୧୯୬/୨୦୨୩ ଆଧାରରେ ଏକ ଏତଲା ରୁଜୁ ହୋଇଥିବା ସହ ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ଓରକେଲ ଥାନା ପକ୍ଷରୁ ତଦନ୍ତକାରୀ ଅଧିକାରୀ ଭାବେ ସବ୍ ଇନ୍ସପେକ୍ଟର ଗୌତମ୍ ହରିଜନ ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

nis-ad
Leave A Reply

Your email address will not be published.