ଦାବି ପୂରଣ ପ୍ରତିଶ୍ରୁତି ପରେ ଅମଲା ସଙ୍ଘ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧି଼ମାନଙ୍କୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଡାକରାରେ ସଙ୍ଗଠିତ ହୋଇଥିବା ଆନ୍ଦୋଲନର ପ୍ରତିଟି ଖବର ଗଣ ମାଧ୍ୟମ ଜରିଆରେ ପ୍ରଚାର ଓ ପ୍ରସାର କରି ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଅମଲା ଭାଇ ଓ ଭଉଣୀ ମାନଙ୍କ ହୃଦୟରେ ଆପଣ ମାନେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଗଣ ମାଧ୍ୟମରେ ବହୁଳ ପ୍ରସାର ଯୋଗୁଁ ଆମର ଆନ୍ଦୋଳନକୁ ନୈତିକ ସମର୍ଥନ ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ଆପଣ ମାନଙ୍କ ଗଣ ମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅମଲା ମାନଙ୍କ ସଂଗଠନ , ଗଣ ମାଧ୍ୟମରେ ପ୍ରସାରଣ , ବିଭିନ୍ନ ସରକାରୀ ସଂଗଠନର ନୈତିକ ସମର୍ଥନ ଯୋଗୁଁ ସମୂହ ଛୁଟିର ୧୭ ତମ ଦିନରେ ଓଡିଶା ସରକାରଙ୍କ ଡାକରାରେ ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀ ଗତକାଲି ସନ୍ଧ୍ୟା ଘ ୬.୦୦ ଣ୍ଟିକା ସମୟରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମାନ୍ୟବର ୫ ଟି ସଚିବ ଶ୍ରୀଯୁକ୍ତ ଭି . କାର୍ତିକେୟନ୍ ପାଣ୍ଡିଆନଙ୍କ ସହିତ ମୁଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମିଳିତ ଅମଲା ମଞ୍ଚର ଏକ ମାତ୍ର ଦାବି ଉପରେ ବିଶଦ ଭାବେ ଅଲୋଚନା କରାଯାଇଥିଲା । ଉକ୍ତ ଆଲୋଚନାରେ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାଶ , ମାନ୍ୟବର ବିଧାୟକ , ଯାଜପୁର ତଥା ବିଜେଡି ସାଂଗଠନିକ ସମ୍ପାଦକ ଏବଂ ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର , ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ଆଲୋଚନା ଏକ ସୌହାର୍ଯ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ୪ଗୋଟି ସମଭାବାପନ୍ନ ଅମଲା ସଂଗଠନର ନେତୃ ମଣ୍ଡଳୀଙ୍କ ସହିତ ଶତାଧିକ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଆମର ଏକ ମାତ୍ର ଦାବୀକୁ ସରକାର ସହୃଦୟତାର ସହିତ ବିଚାର କରିବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଏଥି ନିମନ୍ତେ ଆସନ୍ତା ସୋମବାର ଦିନ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ଏକ ଉଚ୍ଚ ସ୍ତରୀୟ କମିଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ସମସ୍ତ ଦିଗକୁ ଭଲଭାବେ ତର୍ଜମା କରାଯାଇ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କରି ଚାଲୁ ରହିଥିବା ସମୁହ ଛୁଟିକୁ ଅଦ୍ୟ ତା ୧୮.୦୬.୨୦୨୩ ରିଖ ଠାରୁ କିଛିଦିନ ପାଇଁ ସ୍ତଗିତ ରଖ୍ ଏ ଦିଗରେ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କୁ ସେମାନଙ୍କର ଆନ୍ତରୀକ ସହଯୋଗ ଓ ସହଭାଗିତା ପାଇଁ ସାଧୁବାଦ ଜଣାଇ ଆସନ୍ତା ସୋମବାର ତା .୧୯.୦୬.୨୦୨୩ ରିଖ ଠାରୁ ନିଜ ନିଜ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ନେତୃମଣ୍ଡଳୀଙ୍କର ଏହି ନିଷ୍ପରିକୁ ଉଚିତ ସମ୍ମାନ ଜଣାଇ ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଏହି ନିସ୍ପତିରେ ଉପନୀତ ହେଲାଯେ , ସମୂହ ଛୁଟିରେ ଥିବା ମାଲକାନଗିରି ଜିଲ୍ଲାର ସମସ୍ତ ଭାଇ ଓ ଭଉଣୀ ତା ୧୯.୦୬.୨୦୧୩. ରିଖ ଠାରୁ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବେ । ଏଥି ନିମନ୍ତେ ପ୍ରସ୍ତୁତ କରାଯାଇଥିବା ସମୂହ ଯୋଗଦାନ ସଂପର୍କିତ ଦରଖାସ୍ତଟିକୁ ପୂରଣ କରି ନିଜ ନିଜ କାର୍ଯ୍ୟାଳୟରେ ଦାଖଲ କରିବାକୁ ଅନୁରୋଧ କରାଗଲା ।

nis-ad
Leave A Reply

Your email address will not be published.