ଡ୍ୟାନ୍ସ ଏକାଡେମୀର ୨୩ ତମ ବର୍ଷିକ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ୟାନ୍ସ ଏକାଡ଼େମୀ ଫୁଲବାଣୀ ପକ୍ଷରୁ ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଭାଗବତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ସ୍ମିତାରାଣି ମହାନ୍ତି, ଜିଲ୍ଲା କୋର୍ଟର ପି.ପି ରଶ୍ମିତା ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଏକାଡ଼େମୀର ସମ୍ପାଦକ ସରୋଜ କୁମାର ପାତ୍ର, ଉପଦେଷ୍ଟା ସତ୍ୟ ନାରାୟଣ ବେହେରା ଓ ସାଂସ୍କୃତିକ ସମ୍ପାଦିକା ସ୍ବୟଂ ପ୍ରଭା ତ୍ରିପାଠୀ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକାଡ଼େମୀର ଦୁଇ ନୃତ୍ୟ ଶିକ୍ଷୟତ୍ରୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଅନାଥ ଚରଣ ସ୍ବାଇଁଙ୍କ ରଚନା ଓ ଅସିତ୍ ନନ୍ଦଙ୍କ କଣ୍ଠ ଓ ସଙ୍ଗୀତରେ ଏକ ଆଧୁନିକ ଗୀତ ଉନ୍ମୋଚିତ ହୋଇଥିଲା। ପରେ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଶୋକ ମହାନ୍ତି ଓ ଦେବାଶିଷ୍ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

nis-ad
Leave A Reply

Your email address will not be published.